Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟେଲିଗ୍ରାମ୍‌ ସେବା ଏବେ ଇତିହାସ ପୃଷ୍ଠାରେ

ଟେଲିଗ୍ରାମ୍‌ ସେବା ଏବେ ଇତିହାସ ପୃଷ୍ଠାରେ

ନୂଆଦିଲ୍ଲୀ,୧୪।୭: ଗତ ୭ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୩ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍‌ ଶାସନ ସମୟରେ ୧୮୫୦ରେ ପ୍ରଥମେ କୋଲକତା ଏବଂ ଡାଇମଣ୍ଡ୍‌ ହାର୍ବର ମଧ୍ୟରେ ଟେଲିଗ୍ରାମ୍‌ ସେବା ଆରମ୍ଭ ହୋଇଥିଲା। ପରେ ୧୮୫୫ ଫେବୃୟାରୀ ୧୧ରେ ଦେଶବ୍ୟାପି ଏହି ସେବା ଆରମ୍ଭ କରାଯାଇଥିଲା। ଏହାର ଚାହିଦା ବଢ଼ିବାରୁ ୧୯୯୦ରେ ଏହାର ପରିଚାଳନା ଦାୟିତ୍ୱ ବିଏସ୍‌ଏନଏଲ୍‌କୁ ଦିଆଯାଇଥିଲା। ଏକ ସୂଚନା ଅନୁସାରେ ୧୯୮୦ରେ ପ୍ରତିଦିନ ୬ ଲକ୍ଷ ଟେଲିଗ୍ରାମ୍‌ ପଠାଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ସୂଚନାପ୍ରଯୁକ୍ତି ଶିଳ୍ପର ବିକାଶ ଯୋଗୁ ଏହାର ଚାହିଦା କମିବାରୁ ଏହି ସେବାକୁ ବନ୍ଦ କରି ଦିଆଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri