Dailyhunt
'ଟ୍ରମ୍ପ୍‌ଙ୍କୁ ହତ୍ୟା କଲେ ୩ ନିୟୁତ ଡଲାର '

'ଟ୍ରମ୍ପ୍‌ଙ୍କୁ ହତ୍ୟା କଲେ ୩ ନିୟୁତ ଡଲାର '

ତେହେରାନ,୨୨ା୧(ଏଏଫ୍‌ପି): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ କେହି ହତ୍ୟା କଲେ ତାଙ୍କୁ ପୁରସ୍କାର ସ୍ବରୂପ ୩ ନିୟୁତ ଡଲାର ଦିଆଯିବ ବୋଲି ଇରାନର ଜଣେ ଏମ୍‌ପି ଘୋଷଣା କରିଛନ୍ତି। ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ୍‌ ସୋଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଟ୍ରମ୍ପ୍‌ଙ୍କୁ ହତ୍ୟା କରିବା ଲାଗି ସେ ଆହ୍ବାନ ଦେଇଛନ୍ତି। ଅହମଦ ହମେଜ୍‌ ନାମକ ମଜ୍‌ଲିସ୍‌ ସଦସ୍ୟ ସୋଲେମାନୀଙ୍କ ସହର କେର୍ମାନର ଜନସାଧାରଣଙ୍କ ପକ୍ଷରୁ ଏହି ଘୋଷଣା କରିଥିବା କହିଛନ୍ତି। ପ୍ରକାଶ ଯେ, ଗତ ୩ ତାରିଖରେ ବାଗ୍‌ଦାଦ ବିମାନବନ୍ଦରରେ ସୋଲେମାନୀଙ୍କୁ ଆମେରିକା ସେନା ହତ୍ୟା କରିଥିଲା। ଏହାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri