ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ ଏସ ପି ଶୁଭେନ୍ଦୁ କୁମାର ପାତ୍ର ଗୁରୁବାର ୧୯୯୮ ମସିହାରେ ସହିଦ୍ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସାନକୋଦଣ୍ଡା ପଞ୍ଚାୟତ ବଡପଥରା ଗ୍ରାମର ସ୍ବର୍ଗତ ତ୍ରିଲୋଚନ ବିଷୋୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପାଶା ପାରୁଲ,ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ, ଏସଡିପିଓ ଡ.ଦୀପକ କୁମାର ମିଶ୍ର ଓ ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ। ଏସ ପି ଆଜି ସହିଦ୍ ତ୍ରିଲୋଚନଙ୍କ ବାସଭବନକୁ ଯାଇ ତାଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଛ ପ୍ରଦାନ ସହ ପରିବାରବର୍ଗଙ୍କୁ ଭେଟି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ କେବେ ଭୁଲିବ ନାହିଁ। ଆମେ ସଦାସର୍ବଦା ତ୍ରିଲୋଚନଙ୍କ ପରିବାର ସହିତ ଅଛୁ ଓଓ ରହିବୁ। ସହିଦ୍ ଙ୍କ ପରିବାରକୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି।
Dharitri - Odisha's No.1 Odia Daily

