Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ ଅଧେଖାଙ୍କୁ ପୋଲିସ ଗିରଫ କରିଥିବା ବେଳେ, ଏସ୍‌ପି ପକ୍ଷରୁ ପ୍ରେସମିଟ୍‌ରେ ଏହା ସମ୍ବନ୍ଧୀୟ ସୂଚନା ଦିଆଯାଇଛି।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ସଞ୍ଜୟ ଅଧେଖା ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଏକତରଫା ଭାବରେ ପ୍ରେମ କରୁଥିଲେ।

କିନ୍ତୁ ସେଥିରେ ବିଫଳ ହେବା ପରେ ସେ ଏପରି ଅପରାଧମୂଳକ ପଦକ୍ଷେପ ନେଇଥିବା କୁହାଯାଇଛି।

ଅଭିଯୁକ୍ତ ଯୁଟ୍ୟୁବ୍‌ ଦେଖି ହିଡେନ୍ କ୍ୟାମେରା ବ୍ୟବହାର ବିଷୟରେ ଶିଖିଥିଲେ ଏବଂ ପରେ ଅନଲାଇନ୍‌ରୁ କ୍ୟାମେରା କିଣିଥିଲେ। ସେ ମାର୍ଚ୍ଚ ମାସରୁ ୱାସ୍‌ରୁମ୍‌ରେ ଗୋପନୀୟ ଭାବରେ କ୍ୟାମେରା ସ୍ଥାପନ କରିଥିଲେ।

ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ସଞ୍ଜୟ ପ୍ରତି ସପ୍ତାହରେ ଥରେ କ୍ୟାମେରାକୁ ଚାର୍ଜ କରୁଥିଲେ ଏବଂ ପୁଣି ସେହି ସ୍ଥାନରେ ଲଗାଇ ଦେଉଥିଲେ। ଏଭଳି ଭାବରେ ସେ ଦୀର୍ଘ ସମୟ ଧରି ଗୋପନୀୟ ଭାବେ ଏହି କାମ କରୁଥିବା ସନ୍ଦେହ କରାଯାଉଛି।

ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ସମ୍ପର୍କିତ ଧାରାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri