Dailyhunt
ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା...

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା...

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ରହିଥିବା ଆଞ୍ଚଳିକ ଗଭର୍ନର ଓଲେକ୍‌ସାଣ୍ଡର ଗାଞ୍ଜା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

୧୯ ଆହତଙ୍କ ମଧ୍ୟରୁ ଜଣେ ନାବାଳିକା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ନିକୋପୋଲ ରୁଷିଆ ଅଧିକୃତ ଅଞ୍ଚଳର ନିକଟତର ହୋଇଥିବାରୁ ଏହା କ୍ରମାଗତ ଭାବେ ଆକ୍ରମଣର ଶିକାର ହୋଇଆସୁଛି। ପୂର୍ୱରୁ ରୁଷିଆ ରାତିରେ ଆକ୍ରମଣ କରୁଥିଲା ବେଳେ ଏବେ ଦିନରେ ଆକ୍ରମଣ କରୁଥିବା ଜଣାପଡିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri