Friday, 22 Jan, 9.31 am Emerging Odisha

ଦେଶ ଓ ବିଦେଶ
ଆଜି କେନ୍ଦ୍ର ସରକାର-ଚାଷୀ ସଂଗଠନ ଏକାଦଶ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ୪୦ଟି ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଉଭୟ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ବାରମ୍ବାର ଆଲୋଚନା ଓ ବିମର୍ଷ ହେଉଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନି । ଇତିମଧ୍ୟରେ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ଦଶମ ପର୍ଯ୍ୟାୟ ଆଲୋଚନା ସାରିଥିଲେ ହେଁ ଶୁକ୍ରବାର ଏକାଦଶ ପର୍ଯ୍ୟାୟରେ ବୈଠକ ବସିବ ।

ଦଶମ ପର୍ଯ୍ୟାୟ ଆଲୋଚନାରେ ସରକାର ଚାଷୀ ନେତାଙ୍କୁ ଏକ ପ୍ରସ୍ତାବରେ କହିଥିଲେ ଯେ ଅସ୍ଥାୟୀ ଭାବେ ସରକାର ନୂଆ କୃଷି ଆଇନ୍‌ରେ ରୋକ୍‌ ଲଗାଇବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଆଇନ ପ୍ରତ୍ୟାହାର ହୋଇପାରିବ ନାହିଁ। ଆଇନକୁ ସରକାର ୧ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ନିଲମ୍ବିତ ରଖିବେ ଏବଂ ଏହି ସମୟ ମଧ୍ୟରେ ଚାଷୀଙ୍କ ଦାବି ସଂପର୍କରେ ବିଚାର କରି ଯଥୋଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ପ୍ରସ୍ତାବ ଦେଇଛନ୍ତି। ସରକାର ଏବଂ ଚାଷୀ ସଂଗଠନ ମିଳିତ ଭାବେ ଏକ କମିଟି ଗଠନ କରି ବିବାଦର ସମାଧାନ ପାଇଁ ପଦକ୍ଷେପ ନେବାକୁ ହେବ ବୋଲି ମଧ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ତେବେ ସରକାରଙ୍କ ଏହି ସବୁ ପ୍ରସ୍ତାବକୁ ଚାଷୀ ନେତାମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ କୃଷି ଆଇନ ସଂପୂର୍ଣ୍ଣ ପ୍ରତ୍ୟାହାର ହେବା ହିଁ ଏକ ମାତ୍ର ସର୍ତ୍ତ ବୋଲି କହିଥିଲେ। ଏଭଳି ସ୍ଥିତିରେ ଚାଷୀମାନେ ଆନ୍ଦୋଳନ ବନ୍ଦ କରିବା ପାଇଁ ସରକାର ଦେଇଥିବା ନୂତନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିବାରୁ ଆଗକୁ ମାମଲା ଆହୁରି ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି । ଚାଷୀ ନେତା ଦର୍ଶନ ପାଲ କହିଛନ୍ତି ଯେ, ଯୁଗ୍ମ ଚାଷୀ ମୋର୍ଚ୍ଚା ତରଫରୁ ସାଧାରଣ ସଭାରେ ସରକାରଙ୍କ ଦ୍ୱାରା ରଖାଯାଇଥିବା ପ୍ରସ୍ତାବକୁ ସ୍ୱୀକାର କରାଯାଇ ନାହିଁ । ସେ କହିଛନ୍ତି ଯେ, ସାଧାରଣ ବୈଠକରେ ୩ କେନ୍ଦ୍ରୀୟ କୃଷି ଆଇନକୁ ପୂରା ବାତିଲ କରିବା ଓ ସବୁ ଚାଷୀଙ୍କ ଲାଗି ସମସ୍ତ ଫସଲ ଉପରେ ଏମଏସପି ଲାଗି ଆନଇ କରିବା ନେଇ ଆଲୋଚନା, ଏହି ଆନ୍ଦୋଳନର ମୁଖ୍ୟ ମାର୍ଗ ଭାବେ ପୁନରାବୃତ୍ତି କରାଯାଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Emerging Odisha
Top