Thursday, 21 Jan, 10.02 am Emerging Odisha

ଜିଲ୍ଲା
ପରୀ ହତ୍ୟା ମାମଲା : ଜେଜେବିରୁ ଚିଲ୍‌ଡ୍ରେନ୍‌ କୋର୍ଟ ମାମଲା ସ୍ଥାନାନ୍ତର

ନୟାଗଡ : ନୟାଗଡ ଯଦୁପୁର ଗାଁର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ନୟାଗଡର ଚିଲଡ୍ରେନ କୋର୍ଟରେ ଏଣିକି ଶୁଣାଣି କରାଯିବ । ଏହା ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ପୂର୍ବରୁ ଶୁଣାଣି ପାଇଁ ପ୍ରସ୍ତୁତି ସରିଥିଲା । ଅଭିଯୁକ୍ତର ବୟସ ୧୬ ବୟସରୁ ଅଧିକ ଓ ୧୮ବର୍ଷରୁ କମ୍ ହୋଇଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ପୂର୍ବରୁ ଏସଆଇଟି ଅଭିଯୁକ୍ତର ଏଲଭିଏ ଟେଷ୍ଟ କରିବା ପାଇଁ ଆବେଦନ କରିଥିଲା ବେଳେ ଏହାର ଶୁଣାଣି ପାଇଁ ଜେଜେବି ରେ ଅଭିଯୁକ୍ତ ହାଜର ହୋଇଥିଲା । କିନ୍ତୁ ଏହି ମାମଲାରେ ପୁଣି ଏକ ନୂଆ ମୋଡ ଆସିଛି । ଜେଜେବି ଏହି ମାମଲାକୁ ଚିଲଡ୍ରେନ୍ କୋର୍ଟକୁ ସ୍ଥାନାନ୍ତରଣ କରିଛନ୍ତି । ବର୍ତମାନ ଚିଲଡ୍ରେନ୍ କୋର୍ଟରେ ହିଁ ଏସଆଇଟି କରିଥିବା ସବୁ ଆବେଦନ ର ଶୁଣାଣି ହେବ । ଲେୟର ଭଏସ୍ ଆନାଲିସିସ୍ (ଏଲଭିଏ) ଟେଷ୍ଟର ଣୁଣାଣି ମଧ୍ୟ ଚିଲଡ୍ରେନ୍ କୋର୍ଟରେ କରାଯିବ ବୋଲି ଜେଜେବି ସ୍ପଷ୍ଟ କରିଛନ୍ତି ।

ପୂର୍ବରୁ ଗତ ଜାନୁଆରୀ ୫ରେ ଏହି ମାମଲା ନୟାଗଡ ପକ୍ସୋ କୋର୍ଟରୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡକୁ ସ୍ତାନାନ୍ତରିତ ହୋଇଥିଲା । ଏବଂ ବର୍ତମାନ ଏହି ମାମଲା ପୁଣି ଚିଲଡ୍ରେନ୍ କୋର୍ଟକୁ ସ୍ଥନାନ୍ତର ହୋଇଛି । ତେବେ ଆସନ୍ତା ଫେବୃଆରୀ ୫ ତାରିଖରେ ଚିଲଡ୍ରେନ୍ କୋର୍ଟ ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲାରେ ଶୁଣାଣି କରିବେ। ପୂର୍ବରୁ ଏସଆଇଟି ଅଭିଯୁକ୍ତର ନାର୍କୋ ଅନାଲିସିସ୍ ଟେଷ୍ଟ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ ପାଇଁ ଆବେଦନ କରିଥିଲା କିନ୍ତୁ ନାବାଳକ ଅଭିଯୁକ୍ତ ଏହାକୁ ଅଗ୍ରାହ୍ୟ କରିବା ପରେ ଜେଜେବି ରେ ଏହି ଦୁଇଟି ଆବେଦନ ଖାରଜ ହୋଇଥିଲା ଏବଂ ବର୍ତ୍ତମାନ ଏସଆଇଟିର ଏଲଭିଏ ଟେଷ୍ଟ ର ଶୁଣାଣି କୁ ନେଇ ପୁରା ରାଜ୍ୟ ବାସୀଙ୍କ ନଜର ଏହି ମାମଲା ଉପରେ ରହିଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Emerging Odisha
Top