Thursday, 21 Jan, 10.31 pm Emerging Odisha

ଦେଶ ଓ ବିଦେଶ
ସେରମ ଇନ୍‌ଷ୍ଟିଚ୍ୟୁଟ୍‌ରେ ଅଗ୍ନିକାଣ୍ଡ, ୫ ମୃତ

ପୁଣେ : ଗୁରୁବାର ଅପରାହ୍ନ ୩ଟା ସମୟରେ ପୁଣେ ସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ନିଆଁ ଲାଗିଥିଲା । ନିଆଁକୁୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଂଚି ଥିବାେବେଳ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ନିଆଁକୁ ଆୟତ କରି ୪ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁଣେର ମେୟର ମୁରଲୀଧର ମୋହର । ନିଆଁ ଲିଭାଯିବା ପରେ ପୁଣି ଥରେ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଠାରେ ନିଆଁ ଲାଗିଥିବା ଜଣାପଡ଼ିଛି । ନିଆଁ ଲାଗିଥିବା କୋଠାର ଗୋଟେ ଭାଗରେ ପୁଣି ଥରେ ନିଆଁ ଲାଗିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୃତଦେଦ ଉଦ୍ଧାର ପରେ ଶୀତଳୀକରଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପୁଣି ଥରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଏନେଇ ଖବର ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ପୁଣି ଥରେ ନିଆଁ ଲିଭାଇବା କାମ ଆରମ୍ଭ କରିଛନ୍ତି ।

ପ୍ରଥମେ ଭିତରେ କେହି ଫସି ନଥିବା ନେଇ ସୂଚନା ମିଳିଥିବା ବେଳେ ପରେ ଭିତରେ ୪ଜଣ ଫସି ରହିଥିବା ନେଇ ଖବର ମିଳିଥିଲା । ଏବେ ସମସ୍ତ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ଜଣଙ୍କ ମୃତଦେହ ମିଳିଛି । ତେବେ କରୋନା ଟିକା କୋଭିସିଲ୍ଡ ରଖାଯାଇଥିା କୋଠାଟିତ ନିଆଁ ଲାଗିଥିବା କୋଠା ପାଖରେ ଥିଲେ ମଧ୍ୟ ଟିକା ଉପରେ କୌଣସି ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି । ଏବେ ନିଆଁକୁ ଆୟତକୁ ଅଣାଯିବା ପରେ ଶୀତଳୀକରଣ ପ୍ରକ୍ରିୟା ଚାଲୁ ରହିଛି । ପ୍ରାଥମିକ ତଦନ୍ତ ଅନୁସାରେ ବୈଦ୍ୟୁତିକ ତ୍ରୁଟି ପାଇଁ ନିଆଁ ଲାଗିଥିବା ଜଣାପଡ଼ଡ଼ିଛି । ନିର୍ମାଣାଧୀନ କୋଠାରେ ଚାଲିଥିବା ୱେଲଡିଂ କାମ ପାଇଁ ଏହି ନିଆଁ ଲାଗିଥିବା କୁହାଯାଉଛି । ୫ଜଣଙ୍କ ମୃତ୍ୟୁ ଖବର ପାଇ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନୱାଲା କହିଛନ୍ତି ଯେ, ଆମେ ବର୍ତମାନ ଏକ ଦୁଃଖଦାୟକ ଖବର ପାଉଛୁ । ପରବର୍ତୀ ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଛୁ ଯେ, ଦୁର୍ଭାଗ୍ୟବଶତଃ ୫ଜଣଙ୍କ ଜୀବନ ହାନି ହୋଇଛି । ଏନେଇ ଆମେ ଗଭୀର ଦୁଃଖିତ ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ଆମର ଗଭୀର ସମବେଦନା ଜଣାଉଛୁ । ସେପଟେ ଅଗ୍ନିକାଣ୍ଡ ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜିିଲାପାଳ ଓ ନଗର ନିଗମ ଆୟୁକ୍ତଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Emerging Odisha
Top