ଆଜି ନିଜର କ୍ରୋଧକୁ ଲଗାମ ଦେବାକୁ ଭୁଲନ୍ତୁ ନାହିଁ | ଏହାର କୁ ପ୍ରଭାବ ସବୁକ୍ଷେତ୍ରରେ ଆପଣଙ୍କୁ ଅପଦସ୍ତ କରାଇବ | ଏପରିକି ଘରର ସଦସ୍ୟଙ୍କ ସହ ପାଟିତୁଣ୍ଡ ହୋଇ ସେମାନେ ଆପଣଙ୍କୁ ହେୟଜ୍ଞାନ କରିବେ | ଆପଣଙ୍କର ଦୃଢ ଅଟଳ ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇବ | ପ୍ରଥମେ ଆପଣ ରାଗିଯିବେ , ମାତ୍ର ପଛରେ ଅନୁତାପ କରିପାରନ୍ତି ତେଣୁ ଶାନ୍ତ ରୁହନ୍ତୁ | ମନରେ ଦୁଶ୍ଚିନ୍ତା ଭର୍ତ୍ତିକଲେ ଏହାର କୁପ୍ରଭାବ ଶରୀର ଉପରେ ପଡିବ | ଛାତ୍ରଛାତ୍ରୀମାନେ ନିଜପାଠ ପଢା ପ୍ରତି ଅନାଗ୍ରହ ପ୍ରକାଶ କରିବେ |
