ଧନୁ: ଆପଣ କଠିନ ପରିଶ୍ରମ କରି ଯେଉଁ କାର୍ଯ୍ୟ ସମ୍ପାଦନ କରିଛନ୍ତି, ତାର ପ୍ରତିଦାନରେ ଆପଣ ପ୍ରଚୁର ଅର୍ଥ ପାଇବେ | ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ | ଆପଣ ଆଜି ଯାହା କିଛି କରିବେ, ମନଧ୍ୟାନ ଲଗାଇ ଭଲ କରିବେ | କାର୍ଯ୍ୟରେ ଆପଣଙ୍କର ଉପରିସ୍ଥ ହିକିମ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବେ | ଆପଣ ନିଜର ବାପା ତଥା ପରିବାରର ବରିଷ୍ଠ ସଦସ୍ୟଙ୍କଠାରୁ ଉପକୃତ ହେବେ | ବ୍ୟବସାୟ ସଂକ୍ରାନ୍ତୀୟ କାର୍ଯ୍ୟପାଇଁ ଭ୍ରମଣଯୋଗ ଅଛି | କାର୍ଯ୍ୟାଳୟରେ ଏକ ବଡ ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ଆପଣଙ୍କୁ କରିବାକୁ ଦିଆଯାଇପାରେ | ଆପଣ ନିଜର ଉପାର୍ଜିତ ଧନକୁ ଠିକ୍ ଭାବରେ ଖର୍ଚ୍ଚ କରିବେ |
