ନିଜକର୍ମରେ ଜଗିରଖି ଚଳନ୍ତୁ | ସରକାରୀ କାର୍ଯ୍ୟରେ ସମସ୍ତ କାଗଜ ପତ୍ର ପ୍ରସ୍ତୁତ କଲାବେଳେ ଗୁପ୍ତ ତଥ୍ୟକୁ ପ୍ରକାଶ କରନ୍ତୁ ନାହିଁ | ସ୍ୱାସ୍ଥ୍ୟ ପିଛା ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ | ଯାଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ବ୍ୟାହତ ହୋଇପାରେ | ଧୀରସ୍ଥିର ଚିତ୍ତରେ ନିଜର ସ୍ୱଭାବରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ | ପାରିବାରିକ ଅଶାନ୍ତି ଠାରୁ ଦୁରେଇ ରହନ୍ତୁ | ନିଜର କ୍ରୋଧ ସମ୍ୱରଣ କରନ୍ତୁ | ଅଯଥା ପାଟିତୁଣ୍ଡ ନକରି ଧୀରସ୍ଥିର ଚିତ୍ତରେ ଧ୍ୟାନମଗ୍ନ ହୋଇ ବିଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ |
