Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୦୦ବୋତଲ କଫ ସିରଫ ଜବତ, ଜଣେ ଗିରଫ, ଜଣେ ଫେରାର

୧୦୦ବୋତଲ କଫ ସିରଫ ଜବତ, ଜଣେ ଗିରଫ, ଜଣେ ଫେରାର

ଖୋର୍ଦ୍ଧା, ୦୪ ଅଗଷ୍ଟ (ହି.ସ.) - ସଦର ଥାନା ପୋଲିସ କଫ ସିରଫ ଚୋରା ଚାଲାଣ କରୁଥିବା ବେଳେ ଜଣକୁ ଗିରଫ କରିଛି। ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।ଗିରଫ ଜଣକ ପୁବୁସାହିର ସୁବ୍ରତ ପ୍ରଧାନ(୨୪) ଯିଏକି ଖୋର୍ଦ୍ଧା ବିଡ଼ିଏ କଲୋନୀ ରେ ରହେ।ତେବେ ଫେରାର ଅଭିଯୁକ୍ତ ଜଣକ ହେଲେ ପୁବୁସାହିର ରବୀନ୍ଦ୍ର ପରିଡ଼ା। ପୋଲିସ ସୁବ୍ରତ ଠାରୁ ୧୦୦ମିଲିଗ୍ରାମ ଭର୍ତି ୧୦୦ବୋତଲ କଫ ସିରଫ ସମେତ ଗୋଟିଏ ବାଇକ୍ ଓ ଗୋଟିଏ ମୋବାଇଲ୍ ଜବତ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୁଚନା ମୁତାବକ କାଇପଦର କଲେଜ ନିକଟ କାଇପଦର ସାଆନ୍ତ ରାସ୍ତାରେ କଫ ସିରଫ କାରବାର ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲା।ତେବେ ପୋଲିସର ଅପାରଗତା ରୁ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya