Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

୨୦୨୬ ଫିଫା ବିଶ୍ୱକପ୍ ପାଇଁ ଫ୍ରାନ୍ସ ଦଳ ଘୋଷଣା କରାଯାଇଛି, କିଲିଆନ୍ ଏମ୍ବାପ୍ପେଙ୍କୁ ସାମିଲ କରାଯାଇଛି; ଏନ୍ତୋଇନ୍ ଗ୍ରୀଜମ୍ୟାନ୍ଙ୍କୁ ଦିଆଯାଇଛି ବାଦ

Hindusthan Samachar 2 months ago

ନୂଆଦିଲ୍ଲୀ, ୧୫ ମଇ (ହି.ସ.)- ଦୁଇ ଥର ବିଶ୍ୱ ଚାମ୍ପିଅନ୍ ଫ୍ରାନ୍ସ ୨୦୨୬ ଫିଫା ବିଶ୍ୱକପ୍ ପାଇଁ ଗୁରୁବାର ସେମାନଙ୍କର ୨୬ ଜଣିଆ ଦଳ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଂଟ ଜୁନ୍ ୧୧ ରୁ ଆମେରିକା, ମେକ୍ସିକୋ ଏବଂ କାନାଡାରେ ଖେଳାଯିବ।

ଏହି ବିଶ୍ୱକପ୍ ପରେ ପଦ ଛାଡିବାକୁ ଥିବା ଫ୍ରାନ୍ସର ମୁଖ୍ୟ ପ୍ରଶିକ୍ଷକ ଡିଡିଅର ଡେସଚାମ୍ପସ୍ ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କ ସନ୍ତୁଳନ ସହିତ ଏକ ଦଳ ଚୟନ କରିଛନ୍ତି।

ରିଅଲ୍ ମାଡ୍ରିଡ୍ ଷ୍ଟାର ଫରୱାର୍ଡ କାଇଲିଆନ୍ ଏମ୍ବାପ୍ପେ ଦଳର ଅଧିନାୟକ ହେବାର ଆଶା କରାଯାଉଛି। ବର୍ତମାନର ବାଲନ୍ ଡି'ଅର୍ ବିଜେତା ଓସମାନେ ଡେମ୍ବେଲେ ମଧ୍ୟ ଦଳରେ ସାମିଲ ଅଛନ୍ତି।

ଫ୍ରାନ୍ସ ଦଳରେ ଏମ୍ବାପେ, ଡେମ୍ବେଲେ, ଏନ'ଗୋଲୋ କାଂଟେ ଏବଂ ଲୁକାସ ହର୍ନାଣ୍ଡେଜଙ୍କ ଭଳି ଖେଳାଳି ଅଛନ୍ତି, ଯେଉଁମାନେ ପୂର୍ବରୁ ବିଶ୍ୱକପ୍ ବିଜେତା ଦଳରେ ସାମିଲ ଅଛନ୍ତି।

ତଥାପି, ୟୁରୋ ୨୦୨୪ ପରେ ଅନ୍ତର୍ଜାତୀୟ ଫୁଟବଲ୍ ରୁ ଅବସର ନେଇଥିବା ଆେଂଟାଇନ୍ ଗ୍ରୀଜମ୍ୟାନ୍ ଫେରି ନାହାଁନ୍ତି। ରିଅଲ୍ ମାଡ୍ରିଡ୍ ମିଡଫିଲ୍ଡର ଏଡୁଆର୍ଡୋ କାମାଭିଙ୍ଗାଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇଛି।

ଫ୍ରାନ୍ସକୁ ସେନେଗାଲ୍, ଇରାକ୍ ଏବଂ ନରୱେ ସହିତ ଗ୍ରୁପ୍ ଓ ରେ ରଖାଯାଇଛି। ଏହି ଦଳ ଜୁନ୍ ୧୬ ରେ ସେନେଗାଲ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ଫ୍ରାନ୍ସର ୨୬ ଜଣିଆ ଦଳ ।

ଗୋଲକିପର: ମାଇକ୍ ମାନିଅନ୍, ରବିନ୍ ରିସ,ର୍ ବ୍ରାଇସ୍ ସାମ୍ବା ।

ଡିଫେଣ୍ଡର: ଲୁକାସ୍ ଡିଗ୍ନେ, ମାଲୋ ଗୁଷ୍ଟୋ, ଲୁକାସ୍ ଫର୍ଣ୍ଣାଡିଜ୍, ଇବ୍ରାହିମା କୋନାଟେ, ଜୁଲେସ୍ କାଉଣ୍ଡେ, ୱିଲିୟମ୍ ସାଲିବା, ଡାୟୋଟ୍ ଅପାମେକାନୋ, ମ୍ୟାକ୍ସେନ୍ସ ଲାକ୍ରୁଆ, ଥିଓ ଫର୍ଣ୍ଣାଡିଜ୍

ମିଡଫିଲ୍ଡର୍ସ: ଏନ'ଗୋଲୋ କାଂତେ, ମନୁ କୋନେ, ଆଡ୍ରିଏନ୍ ରେବିଓ, ଆରେଲିଏନ୍ ଚ କ୍ଟଙ୍କ ମେନି, ୱାରେନ୍ ଜାୟ-ର୍ଏମେରୀ ।

ଅଗ୍ରଗାମୀ: ବ୍ରାଡଲେ ବାରକୋଲା, ରିଆନ୍ ଶେର୍କି, ଓସମାନ ଡେମ୍ବଲେ, ଦେଜିରେ ଡୋ, କିଲିଆନ୍ ମବାପେ, ମାଇକେଲ୍ ଅଲିସେ, ଜାନ୍-ଫିଲିପ୍ ମ୍ୟାଟେଟା, ମାର୍କସ୍ ଥୁରମ୍, ମ୍ୟାଗ୍ନେସ୍ ଅକ୍ଲୁଇସ୍ ।

-------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya