Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୬ ନମ୍ବର ଜୋନ୍ରେ ଜନ ଆକ୍ରୋଶ ମହିଳା ସମାବେଶ

୬ ନମ୍ବର ଜୋନ୍ରେ ଜନ ଆକ୍ରୋଶ ମହିଳା ସମାବେଶ

କେନ୍ଦ୍ରାପଡ଼ା, ୦୫ ମଇ(ହି.ସ.) - ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ ଅଧିନ ୬ନମ୍ବର ଜୋନର ଶ୍ୟାମସୁନ୍ଦରପୁର ଠାରେ ଏକ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମଣ୍ଡଳ ସଭାପତି ବାବାଜି ଚରଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ତଥା ବିଜେପିର କେନ୍ଦ୍ରାପଡ଼ା ବିଧାନସଭା ନେତ୍ରୀ ଗିତାଞ୍ଜଳୀ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ସଂସଦରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଥିଲେ ମହିଳାମାନେ ତାଙ୍କ ନାର୍ଯ୍ୟ ଅଧିକାର ପାଇବା ସହିତ ଉଭୟ ସଂସଦ ଓ ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ପାଇପାରିଥାନ୍ତା।

ଫଳରେ ଦେଶର ବିକାଶରେ ଏହା ସହାୟକ ହୋଇପାରିଥାନ୍ତା। ଏଥିସହିତ ନାରୀ ଶସକ୍ତିକରଣରେ ସାରା ଦେଶରେ ଏକ ବୈପ୍ଲବିକ ପରାବର୍ତନ ହେବା ସହ ମହିଳାମାନଙ୍କୁ ସ୍ୱାବଲମ୍ବି କରାଇ ସେମାନଙ୍କ ଆର୍ôଥକ ଅଭିବୃଦ୍ଧି ହୋଇପାରିଥାନ୍ତା। କିନ୍ତୁ ଏହି ବିଲ ପାରିତ ନହେବା ପାଇଁ କଂଗ୍ରେସ ଦଳ ସମେତ ବିଜେଡି ଓ ତା' ଇଣ୍ଡିମେଂଟର ଅନ୍ୟ ସହଯୋଗୀ ଦଳଗୁଡ଼ିକ ଷଡ଼ଯନ୍ତ୍ର କରି ମହିଳାମାନଙ୍କ ଉନ୍ନତିର ପଥରୋଧ କଲେ। ଏଥିସହ ଦେଶର ପ୍ରଗତିରେ ସେମାନେ ଗୁରୁତର ବାଧା ସୃଷ୍ଟିକଲେ। ତେଣୁ ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ସେମାନଙ୍କୁ ଉଚିତ ଜବାବ ଦେବାକୁ ଶ୍ରୀମତୀ ସେଠୀ ଉପସ୍ଥିତ ଶତାଧିକ ମହିଳାମାନଙ୍କୁ ନିବେଦନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉପସଭାପତି ବନ୍ଦନା ରାଉତରାୟ, କୋଷାଧ୍ୟକ୍ଷା ସଶ୍ମିତା ସାହୁ, ବିଜେପି ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ନିର୍ମଳା ମଲ୍ଲ, ପ୍ରଭାରୀ ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଭାଗବତପୁର ପଂଚାୟତର ସମିତିସଭ୍ୟା ପ୍ରମିଳା ମିଶ୍ର ତାଙ୍କର ଶତାଧିକ ସମର୍ଥକଙ୍କ ସମେତ ବିଜେପି ଦଳରେ ଯୋଗଦେଇଥିଲେ। ବିଜେପି ନେତ୍ରୀ ଶ୍ରୀମତୀ ସେଠୀ ସେମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ଦେଇ ଦଳକୁ ସ୍ୱାଗତ କରିଥିଲେ। ଶେଷରେ ଡ. ନାରାୟଣ ପତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଉପୀନ କୁମାର ରାଉତ, ଭାଗବତପୁର ପଂଚାୟତ ସଭାପତି ଅକ୍ଷୟ କୁମାର ମିଶ୍ର, ରଶ୍ମୀରଞ୍ଜନ ରାଉତ, ପଙ୍କଜ ଦାସ, ତପନ ମହାନ୍ତି, ସ୍ୱାଧୀନ ମହାପାତ୍ର, ଅନିଲ ସ୍ୱାଇଁ, ପଙ୍କଜିନି ସାମଲ, ରୋସ୍ନାମୟୀ ସ୍ୱାଇଁ, ସୁମନ୍ତ ବାରିକଙ୍କ ସମେତ ୫ଶହରୁ ଉର୍ଦ୍ଧ୍ୱ ମହିଳା ଉପସ୍ଥିତ ଥିଲେ। ପ୍ରଥମେ ଶତାଧିକ ମହିଳା ଭରତପୁର ପଂଚାୟତ କାର୍ଯ୍ୟାଳୟ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ସମାବେଶ ସ୍ଥଳରେ ପହଂଚିବା ପରେ ସଭା ଆରମ୍ଭ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya