Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଆଧାର କାର୍ଡ କେଵଳ ଲୋକଙ୍କ ପରିଚୟ ପତ୍ର

ଞ୍ଜାମ, ୩୦ ଏପ୍ରିଲ୍ (ହି.ସ.)- ଆଧାର କାର୍ଡ କେବଳ ଲୋକଙ୍କ ପରିଚୟ ପତ୍ର । ଏଥିରେ ଥିବା ଜନ୍ମ ତାରିଖକୁ ଜନ୍ମ ପ୍ରମାଣ ରୂପେ ବିବେଚନା କରାଯାଇନପାରେ ବୋଲି ଆଧାର କାର୍ଡ ପ୍ରସ୍ତୁତକାରୀ ୟୁଆଇଡିଏଆଇ ପକ୍ଷରୁ ସ୍ପଷ୍ଟ ଭାବେ ମତପ୍ରକାଶ କରିଛନ୍ତି । ଜନ୍ମ ତାରିଖକୁ କେବଳ ଜନ୍ମ ପ୍ରମାଣପତ୍ର କିମ୍ବା ହାଇସ୍କୁଲର ଦଶମଶ୍ରେଣୀ ସାର୍ଟିଫିକେଟରେ ଉଲ୍ଲେଖ ଥିବା ଜନ୍ମ ତାରିଖକୁ ଠିକ୍ ବୋଲି ବିବେଚନା କରିଛନ୍ତି ।

କିନ୍ତୁ ଓଡିଶାରେ ବହୁ ବ୍ଯକ୍ତିଙ୍କ ଆଧାର କାର୍ଡରେ ତୃଟି ପୂର୍ଣ୍ଣ ଜନ୍ମ ତାରିଖ ଉଲ୍ଲେଖ ଥିବା ଓ ସଂପୃକ୍ତ ବ୍ଯକ୍ତି ମାନେ ବାରମ୍ବାର ସଂଶୋଧନ ପାଇଁ ଆବେଦନ କଲେ ମଧ୍ୟ ସଂଶୋଧନ ହୋଇପାରୁନାହିଁ । ଫଳରେ ଏ ଧରଣର ବ୍ଯକ୍ତିମାନେ ସରକାରଙ୍କ ସମସ୍ତ କ୍ଷେତ୍ରରେ ବିଶେଷ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କାରଣ ଓଡିଶାର ସମସ୍ତ କାର୍ଯ୍ୟରେ ଆଧାର କାର୍ଡରେ ଉଲ୍ଲେଖ ଥିବା ଜନ୍ମ ତାରିଖକୁ ଗୁରୁତ୍ଵ ଦେଇ କାର୍ଯ୍ୟ କରୁଥିବା ବେଳେ ଜନ୍ମ ପ୍ରମାଣ ପତ୍ରକୁ ଗୌଣ ମନେ କରୁଛନ୍ତି। ଫଳରେ ଗଂଜାମ ଜିଲାର ବହୁ ଜନସାଧାରଣ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି । ଏଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏହାର ତର୍ଜ୍ଜମାକରି ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ଆବଶ୍ଯକ ହେଉଥିବା ଜନ୍ମପ୍ରମାଣପତ୍ର କିମ୍ବା ହାଇସ୍କୁଲରେ ପରୀକ୍ଷା ପ୍ରମାଣପତ୍ରରେ ଉଲ୍ଲେଖ ଥିବା ଜନ୍ମ ତାରିଖକୁ ଗ୍ରହଣ କରିବାକୁ ସରକାରୀ ଆଦେଶ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya