Dailyhunt
ଆଜି ରତ୍ନଭଣ୍ଡାରର ଗଣତି

ଆଜି ରତ୍ନଭଣ୍ଡାରର ଗଣତି

ପୁରୀ, 08 ଏପ୍ରିଲ୍ (ହି.ସ.) -ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଆଜି ବୁଧବାର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହେବ । ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ଯର ପୁନରାରମ୍ଭ ହୋଇ ଅପ୍ରେଲ୍ ୧୧ ଯାଏଁ, ପୁଣି ୧୩ତାରିଖ ଏବଂ ତତ୍ ପଶ୍ଚାତ୍ ୧୮ତାରିଖ ଦିନ ପର୍ଯ୍ଯନ୍ତ ଚାଲୁ ରହିବ।

ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସଂପାଦନ ଅବ୍ୟାହତ ରଖାଯିବ | ଅଧିକୃତ ପାଳିଆ ସେବକ ମାନେ ଜଗମୋହନ ଓ ଗର୍ଭଗୃହ କୁ ନୀତି ସଂପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ ତଥା କଡା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଉକ୍ତ ଦିନ ମାନଙ୍କରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ। ଏଣୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟରେ ପୂର୍ବପରି ପୂର୍ଣ୍ଣ ସହଯୋଗ ନିମନ୍ତେ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ। ପରବର୍ତ୍ତୀ ଗଣତି ଦିନଗୁଡିକ ଏହି ପର୍ଯ୍ଯାୟ ପରେ ଘୋଷଣା କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya