Dailyhunt

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ଖାତା ଦେଖା

Hindusthan Samachar 0 months ago

ଭୁବନେଶ୍ୱର, 02 ଏପ୍ରିଲ୍ (ହି.ସ.)-ଆଜିଠୁ ଆରମ୍ଭ ଯୁକ୍ତ

୨ ଖାତା ଦେଖା । ୨ଟି ପର୍ଯ୍ୟାୟରେ ସରିବ ମୂଲ୍ୟାଙ୍କନ । ଏପ୍ରିଲ ୨ରୁ ୧୩ ତାରିଖ ଯାଏ

ପ୍ରଥମ ପର୍ଯ୍ୟାୟରେ ଖାତା ଦେଖାଯିବ । ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୧୫ ଏପ୍ରିଲରୁ ୨୬ ଏପ୍ରିଲ

ମଧ୍ୟରେ ସରିବ । ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ସିଏଚଏସଇ କରୁଛି ପ୍ରସ୍ତୁତି ।

ଲକ୍ଷ ୯୬ ହଜାର ୫୯୨ ପରୀକ୍ଷାର୍ଥୀଙ୍କ

ଖାତା ଦେଖାଯିବ । ଫେବୃୟାରୀ ୧୮ ରୁ

ଆରମ୍ଭ ହୋଇଥିବା ପରୀକ୍ଷା ମାର୍ଚ୍ଚ ୨୮ ରେ ଶେଷ ହୋଇଥିଲା । ଅନଲାଇନ୍ ଖାତା ଦେଖା

୨ ଟି ସିଫ୍ଟରେ ହେଉଛି । ସକାଳ

୦୭: ୩୦ ରୁ ୧୧: ୩୦ ଏବଂ ଦ୍ଵିତୀୟ

ସିଫ୍ଟରେ ୧୨ ରୁ ୪ ଘଟିକା ।

ଅଫଲାଇନ ସକାଳ ୮ ରୁ ୧

ଘଟିକା ଯାଏ ଚାଲିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya