Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆକ୍ୱାରିୟମ୍ ମାଛ ନେବାକୁ ଆସି ଡକାୟତି, ଗାଡି ଛାଡି ଫେରାର, ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ

ଆକ୍ୱାରିୟମ୍ ମାଛ ନେବାକୁ ଆସି ଡକାୟତି, ଗାଡି ଛାଡି ଫେରାର, ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ

ଭଦ୍ରକ, ୪ ଅଗଷ୍ଟ (ହି.ସ.) - ଭଦ୍ରକ ଗ୍ରାମଂଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଂଚାୟତର ଜୋରାଗଡିଆ ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ ଗତକାଲିରେ ରାତିରେ ଡକାୟତି ପାଈଁ ଚାରି ଜଣ ଦୁଇଟି ମୋଟର ସାଇକେଲରେ ଆସି ଖସି ଯାଇଥିବା ବେଳେ ଗ୍ରାମବାସୀ ମାନେ ଗାଡି ଦୁଇଟିକୁ ଅଟକ ରଖିଛନ୍ତି। ଗ୍ରାମାଂଚଳ ପୋଲିସ ଆସି ତଦନ୍ତ କରୁଥିବା ଜଣା ପଡିଛି।

ସୂଚନା ଅନୁସାରେ ଶ୍ରୀ ଶତପଥୀ ନିଜ ଘରେ ସ୍ତ୍ରୀଙ୍କ ସହ ବସି ଟିଭି ଦେଖୁଥିବା ବେଳେ ଦୁଇ ଜଣ ଆସି କବାଟ ଠକ ଠକ କଲେ। ଶ୍ରୀ ଶତପଥୀ କବାଟ ଖୋଲିବାରୁ ସେମାନେ ଏକ ହୋଟେଲ ଖୋଲୁଥିବାରୁ ଆକ୍ୱାରିୟମ୍ ମାଛ ନେବା କଥା କହିଥିଲେ। ସେ କବାଟ ଖୋଲିବାରୁ ସଙ୍ଗେ ସଙ୍ଗେ ଚାରିଜଣ ବନ୍ଧୁକ ଧାରୀ ତାଙ୍କୁ କାବୁ କରିବା ସହ ଏକ ଘରେ ତାଲା ପକାଇ ଡକାୟତି କରୁଥିବା ବେଳେ କୌଣସି ସୂତ୍ରରୁ ଗ୍ରାମବାସୀ ଖବର ପାଇଁ ପୋଲିସ ଖବର ଦେବା ସହ ଘରକୁ ଘେରି ଯାଇଥିଲେ। ପୋଲିସ ଆସିଥିବା ଖବର ପାଇଁ ଘର ପଛ ପଟରେ ଥିବା ଏକ ପୋଖରୀରେ ପଶି ଡକାୟତ ଦଳ ଚାଲିଯାଇଥିବା ସନ୍ଦେହ କରୁଥିବା ବେଳେ ୧୫ ଭରି ସୁନା ସହ ୬୦ ହଜାର ଟଙ୍କା ଲୁଟିବାରେ ସକ୍ଷ୍ୟମ ହୋଇ ଛନ୍ତି। ପୋଲିସ ଘର ଚାରିପଟେ ଖୋଜାଖୋଜି କରିବା ପରେ ସେମାନେ ଛାଡି ଯାଇଥିବା ଦୁଇଟି ବାଇକକୁ ପୋଲିସ ଜବତ କରିଛି। ଲୁଟେରାମାନେ ମୁଖା ପିନ୍ଧି ହିନ୍ଦୀ ଓ ଖଣ୍ଡି ଓଡିଆରେ କଥାବାର୍ତା କରୁଥିବାରୁ ସେମାନେ ବାହାର ରାଜ୍ୟର ବୋଲି ଗ୍ରାମାଂଚଳ ଥାନାଧିକାରୀ ସୁବ୍ରତ ଦାସ କହିଛନ୍ତି। ଗତକାଲି ବାଲିପୋଖରୀ ଗ୍ରାମରେ ମଧ୍ୟ ଏଭଳି ଡକାୟତି ଉଦ୍ୟମ କରି ବିଫଳ ହୋଇଥିବା କିଛି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya