Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଆଶ୍ୱସ୍ତି ଦେଲା କାଳବୈଶାଖୀ

ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ତାତିରୁ ଆଶ୍ୱସ୍ତି ଦେଲା କାଳ ବୈଶାଖୀ। ପୂର୍ବରୁ ପଶ୍ଚିମ ସବୁଠି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ନରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ ହୋଇଛି। ଟୁଇନସିଟି ଭୁବନେଶ୍ୱର ଓ କଟକରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଛି।

ଦିନରେ ଖରାର ପ୍ରକୋପ ରହିଥିବା ବେଳେ ଅପରାହ୍ନରେ ହଠାତ୍ କଳାହାଣ୍ଡିଆ ମେଘ ସାଙ୍ଗକୁ ହାଲୁକା ପବନ ମାଡ଼ିଆସିଲା । ଏହା ପରେ ବହୁ ସ୍ଥାନରେ ଘଡଘଡି ସହ ବର୍ଷା ଦେଖିବାକୁ ମିଳିଥିଲା।

ପଶ୍ଚିମ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି ଝଡତୋଫାନ । ବଲାଙ୍ଗିର ଜିଲ୍ଲାର ଅଧିକାଂଶ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି। ଲଗାତାର ୪୨ ଡିଗ୍ରୀ ଉପରେ ରହୁଥିବା ତାପମାତ୍ରା କାଳବୈଶାଖୀ ପ୍ରଭାବରେ ସାମାନ୍ୟ ହ୍ରାସ ଘଟିଛି। ସେହିପରି ବିନିକାରେ ବି ତୁହାକୁତୁହା ବର୍ଷା ସାଙ୍ଗକୁ ପ୍ରବଳ କୁଆ ପଥରମାଡ଼ ଫଳରେ କିଛି ସ୍ଥାନରେ ଘରର ଆଜବେଜଷ୍ଟେସ୍ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି।

ଆସନ୍ତା ତିନିରୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଅପରପକ୍ଷରେ ଆଜି ୪୦ ଡିଗ୍ରୀ ଉପରେ ରହିଛି ୬ ସହରର ତାପମାତ୍ରା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya