Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅବ୍ୟବସ୍ଥା ଘେରରେ ମାଲକାନଗିରି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା

ଅବ୍ୟବସ୍ଥା ଘେରରେ ମାଲକାନଗିରି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା

ମାଲକାନଗିରି, ୩୦ ଏପ୍ରିଲ୍ (ହି.ସ.)- ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ନେଇ ଗଭୀର ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଅର୍ଥର ବ୍ୟବହାର ନେଇ ଗୁରୁତର ଅଭିଯୋଗ ଉଠିଛି।

ଅଭିଯୋଗ ଅନୁସାରେ, ଜିଲ୍ଲାର ବିଭିନ୍ନ ଏଡେଡ୍ କଲେଜ୍ଗୁଡ଼ିକର କର୍ମଚାରୀମାନେ ଓ ଏହାର ତଦାରଖରେ ଥିବା ଉପଜିଲ୍ଲାପାଳ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ଅଜୟ କୁମାର ମାଡାଙ୍ଗୀଙ୍କ ଇଙ୍ଗିତରେ ଅନିୟମିତ କ୍ରୟ ବିକ୍ରୟ ହେଉଥିବା ବିନା ଟେଣ୍ଡର ପ୍ରକ୍ରିୟାରେ ଏସି, ସୋଫା, ୱାଟର ପ୍ୟୁରିଫାୟାର ଭଳି ଆରାମଦାୟକ ସାମଗ୍ରୀ ଷ୍ଟାଫ୍ କମନ୍ ରୁମ ପାଇଁ କିଣାଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ରାଷ୍ଟ୍ରୀୟ ବିକାଶ ସେନା ପକ୍ଷରୁ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ସଂଗଠନ ଦାବି କରିଛି ଯେ, ଏହି ଅଭିଯୋଗଗୁଡ଼ିକର ସଠିକ୍ ଯାଞ୍ଚ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉ। ଏହା ସହିତ, ସେନା ପକ୍ଷରୁ ମାଲକାନଗିରି ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏନେଇ ଅଭିଯୋଗ ପ୍ରଦାନ କରାଯାଇଛି।

ଏହି ଘଟଣା ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଉତଥାପନ କରିଛି ଓ ତୁରନ୍ତ ପଦକ୍ଷେପ ନିଆଯିବାକୁ ରାଷ୍ଟ୍ରୀୟ ବିକାଶ ସେନା ପକ୍ଷରୁ ଦାବି କରିଛନ୍ତି। ଜିଲ୍ଲାପାଳଙ୍କୁ ସ୍ମାରକ ଦେବା ଅବସରରେ ରାଷ୍ଟ୍ରୀୟ ବିକାଶ ସେନା ଅଧ୍ୟକ୍ଷ କେ ବାଲାରାଜୁ ଆଚାରୀ, ଜିଲ୍ଲା ସଭାପତି ସୋନୁ ଅନୁଗୁଙ୍କ ସମେତ ସନିଆ କବାସୀ, ଶ୍ରୀନିବାସ ପାତ୍ର, ଖଇରପୁଟ ବ୍ଲକ ସଭାପତି ସମରା ରୁଡେଇ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya