Dailyhunt
ଅହମ୍ମଦାବାଦରେ ଆୟୋଜିତ 'ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ'ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦରେ ଆୟୋଜିତ 'ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ'ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 06 ମେ (ହି.ସ.)- ମୁଖ୍ୟମନ୍ତ୍ରୀ

ଶ୍ରୀ ମୋହନ ଚରଣ ମାଝୀ ଅହମ୍ମଦାବାଦରେ ଆୟୋଜିତ 'ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ'ରେ ଯୋଗ ଦେଇଛନ୍ତି।

ଏହି ରୋଡ୍-ଶୋ ଅବସରରେ

ବସ୍ତ୍ର ଓ ବୟନ ଶିଳ୍ପ ସମେତ ବିଭିନ୍ନ କ୍ଷେତ୍ର ଭିତ୍ତିକ ଆଲୋଚନା ଏବଂ ଉଦ୍ୟୋଗପତିଙ୍କ ସହ

ସିଧାସଳଖ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ୨୬ଟି 'ୱାନ୍-ଟୁ-ୱାନ୍' ବୈଠକରେ ଅଧ୍ୟକ୍ଷତା କରି ଶିଳ୍ପପତିଙ୍କ ସହ ନିବେଶ ସୁଯୋଗ ଓ ନୀତିଗତ

ସହାୟତା ବିଷୟରେ ଆଲୋଚନା କରିଛନ୍ତି। 'ପୂର୍ବୋଦୟ' ପରିକଳ୍ପନାର ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର

କେନ୍ଦ୍ରସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ

କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି

ଗସ୍ତର ପ୍ରଥମ ଦିନରେ ପ୍ରମୁଖ ଉଦ୍ୟୋଗପତି ଏବଂ ବ୍ୟବସାୟିକ ସଂଘମାନେ ବ୍ୟାପକ ଭାବରେ ଯୋଗଦାନ

କରିଛନ୍ତି। ଏହା ଓଡ଼ିଶାର ବିକଶିତ ଶିଳ୍ପ ବ୍ୟବସ୍ଥା ପ୍ରତି ବଢୁଥିବା ଆତ୍ମବିଶ୍ୱାସକୁ

ପ୍ରତିଫଳିତ କରିଛି। ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ

କହିଛନ୍ତି ଯେ, ପୂର୍ବ

ଭାରତର ଅଭ୍ୟୁଦୟ ସହିତ ଭାରତର ଅର୍ଥନୈତିକ ସମ୍ପ୍ରସାରଣ ହେବ । ପଶ୍ଚିମ ଭାରତ ସହିତ ପୂର୍ବ

ଭାରତର ବିକାଶ ହେଲେ ଏହି ଅଭିବୃଦ୍ଧି ଅଧିକ ସନ୍ତୁଳିତ ହେବ । ଓଡ଼ିଶା ଏହି ପରିବର୍ତ୍ତନର

କେନ୍ଦ୍ରବିନ୍ଦୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya