Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଅନ୍ତୋଦୟ ଯୋଜନାରେ ୬୦ ହିତାଧିକାରୀଙ୍କୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ

ଝାରସୁଗୁଡ଼ା, ୫ ମଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଅନ୍ତୋଦୟ ଯୋଜନା ଅଧୀନରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୬୦ ଜଣ ହିତାଧିକାରୀଙ୍କୁ ସେମାନଙ୍କର ପକ୍କାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।

ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପ୍ରତ୍ୟେକ ପରିବାର ପାଇଁ ଏକ ପକ୍କାଘର ଅତ୍ୟନ୍ତ ଆବଶ୍ୟକ, ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଦ୍ୱାରା ଗରିବ ଲୋକଙ୍କ ଘର ସ୍ୱପ୍ନ ସାକାର ହେଉଛି।

କାର୍ଯ୍ୟକ୍ରମରେ କିର୍ମିରା ବିଡିଓ ଅବିନାଶ ଲାକ୍ରା, ବ୍ଲକ ଉପଧ୍ୟାକ୍ଷା ସାବିତ୍ରୀ ମାଝୀ, ସରପଞ୍ଚ ସନ୍ତୋଷିନୀ ପଟେଲ, ବ୍ଲକ ପ୍ରକଳ୍ପ ସଂଯୋଜକ ଚାନ୍ଦିନୀ ବେହେରାଙ୍କ ସହ ଉଦ୍ଧବ ସିଂ ନାୟକ, ବିଜୟ ଶର୍ମା, ବାବୁଲାଲ କିଷାନ, ଝସକେତନ ପ୍ରଧାନ, ଜାମିନିକାନ୍ତ ନାୟକ, ପଙ୍କଜ ଛତ୍ରିଆ ଏବଂ ସନ୍ଦୀପ ପଟେଲ ସହିତ ବହୁ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।

ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଭାବେ ସମ୍ପନ୍ନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya