Dailyhunt
ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୩୯.୬ ଡ଼ିଗ୍ରୀ ରେକର୍ଡ଼

ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୩୯.୬ ଡ଼ିଗ୍ରୀ ରେକର୍ଡ଼

ଭୁବନେଶ୍ୱର, ୩ ମଇ (ହି.ସ.)- ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୩୯.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ସେହିପରି ରାଉରକେଲାରେ ୩୭.୪ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୮ ଡ଼ିଗ୍ରୀ, ହିରାକୁଦରେ ୩୬.୦ ଡ଼ିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୨.୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୧.୮ ଡ଼ିଗ୍ରୀ, ପାରାଦୀପରେ ୩୧.୬ ଡ଼ିଗ୍ରୀ, ପୁରୀରେ ତାପମାତ୍ରା ୩୦.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୦.୪ ଡ଼ିଗ୍ରୀ, ଭୁବନେଶ୍ୱରରେ ତାପମାତ୍ରା ୨୯.୦ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୨୫.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya