Friday, 27 Nov, 9.02 pm Hindusthan Samachar

ମୁଖ୍ୟ ସମ୍ବାଦ
ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀରେ ପ୍ରତିଶ୍ରୁତି ସରକାର ହଟାଓ ଆହ୍ୱାନ ବାରିପଦା ପୌରପରିଷଦରେ ବିପର୍ଯ୍ୟସ୍ତ ସୌନ୍ଦର୍ଯର୍୍ୟୀକରଣ ଓ ଡ୍ରେନେଜ ବ୍ୟବସ୍ଥାକୁ ନେଇ ବର୍ଷିଲେ-

ବାରିପଦା,୨୭ ନଭେମ୍ବର(ହି.ସ.)- ବିଜେପିର ଭୂବନେଶ୍ୱର ଲୋକସଭା ସାଂସଦ ତଥା ଜାତୀୟ ମୁଖପାତ୍ର ଆଜି ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୨୬ ଭୁଗୁଡ଼ାକଟାରେ ଶ୍ରୀରାମ ମନ୍ଦିର ଶିଳାନ୍ୟାସ ଓ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ସ୍ଥାନୀୟ ହୋଟେଲ ଅମ୍ବିକା ସମ୍ମିଳନୀ ହଲରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଓଡ଼ିଶାରୁ ଜନସାଧାରଣଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଆସୁଥିବା ସରକାରକୁ ହଟାଇବା ନିମନ୍ତେ ଆହ୍ୱାନ ଦେଇଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜବାସୀଙ୍କୁ ଆୟୁର୍ବେଦିକ ଓ ହୋମିଓପ୍ୟାଥକ ମହାବିଦ୍ୟାଳୟ ସରକାର ହାତକୁ ନେବେ ବୋଲି ଘୋଷଣା କରିଥିଲେ ମଧ୍ୟ ତାଙ୍କ ଘୋଷଣା ସେହି ଘୋଷଣା ମଧ୍ୟରେ ରହିଯାଇଛି । ସେହିପରି ୨୦୦୮ରେ ବାରିପଦା ସହରରେ ପାନୀୟ ଜଳ ସମସ୍ୟାର ସମାଧାନ କରାଇବା ନିମନ୍ତେ ଜମ୍ଭୀରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଘୋଷଣା କରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ସମ୍ଭବ ହୋଇ ପାରିଲା ନାହିଁ । ୨୦୧୩ରେ ଫାଇଲିନ ମାହାତ୍ୟାର ପରବର୍ତି ସମୟରେ ବାରିପଦାରେ ଆଡ଼ି ବନ୍ଧ ନିର୍ମାଣ, ବାଘଡ଼ାରୋଡ଼ ଷ୍ଟେଷନ ବଜାରରେ ଫ୍ଲାୟ ଓଭର ବ୍ରିଜ ନିର୍ମାଣ, ରାଇରଙ୍ଗପୁରରେ ସ୍ୱତନ୍ତ୍ର ଏଡ଼ିଏମ ନିଯୁକ୍ତି ଆଦି ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । ପୁଣି ମୟୂରଭଞ୍ଜରେ ପଥର ଶିଳ୍ପ ଓ ସବାଇ ଶିଳ୍ପ ପ୍ରତିÂା ନିମନ୍ତେ ଆବଶ୍ୟକୀୟ କଂଚାମାଲ ଭରପୁର ରହିଥିବା ବେଳେ ନବୀନ ସରକାରଙ୍କ ଆନ୍ତରିକତାର ଅଭାବ ଓ ଅପାରଗତା କାରଣରୁ କୌଣସି ଶିଳ୍ପ ପ୍ରତିÂା ହୋଇପାରିଲା ନାହିଁ । ଫଳରେ ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୁ୍ୟଷିତ ପଛୁଆ ଜିଲ୍ଲାରେ ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ନିମନ୍ତେ ୫ କୋଟି ଟଙ୍କା ଯୋଗାଇ ଦେବେ ବୋଲି ଘୋଷଣା କରିଥିବା ସମୟରେ ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହୋଇ ପାରିଲା ନାହିଁ । ତେଣୁ ମୟୂରଭଞ୍ଜ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ କାମିକା ସରକାରର ଆବଶ୍ୟକତା ରହିଥିବାରୁ ଏହି ପ୍ରତିଶ୍ରୁତି ଦେଇ ଜାଣିଥିବା ସରକାରଙ୍କୁ ହଟାଇବା ଜରୁରୀ ହୋଇପଡ଼ିଛି । ଏଥି ସହିତ ବାରିପଦା ପୌରପରିଷଦର ବିପର୍ଯ୍ୟସ୍ତ ସୌନ୍ଦର୍ଯ୍ୟୀକରଣ ଓ ଟ୍ରେନେଜ ବ୍ୟବସ୍ଥାକୁ ନେଇ ପୌରପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିବା ଅବସରରେ ବାରିପଦାକୁ ବହୁତ ସୁନ୍ଦର ଓ ଉତମ ସହରରେ ପରିଣତ ହୋଇ ପାରିଥାନ୍ତା । ଉଠାଦୋକାନୀମାନଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନ ଯୋଗାଇ ଦେବାରେ ବିଫଳ ହୋଇଛି । ଭେଣ୍ଡିଂ ଜୋନ ନାହିଁ । ଉଠା ଦୋକାନୀମାନଙ୍କୁ ପରିଚୟପତ୍ର ଯୋଗାଇ ଦିଆଯାଇ ନାହିଁ । ଭଲ ମଡର଼୍ାର୍ଣ୍ଣ ଷ୍ଟିଟ ଲାଇଟ ଲାଗି ନାହିଁ । ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆ ନ ଯାଇ ଡ୍ରେନ ନିର୍ମାଣ ହୋଇଥିବାରୁ ବଳକା ପାଣି ବା ବର୍ଷାପାଣି ସଠିକ୍ ଭାବେ ନିଷ୍କାସିତ ହୋଇ ପାରି ନାହିଁ । ଫଳରେ ଟିକିଏ ବର୍ଷା ହେଲେ ଲୋକମାନଙ୍କ ଘରେ ବର୍ଷା ପାଣି ପ୍ରବେଶ କରୁଥିବାର ଲୋକମାନେ ତାଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ସହରରେ ଅଳିଆ ଆବର୍ଜନା ଜମା ହୋଇ ରହୁଛି । ସଠିକ ଓ ନିୟମିତ ଭାବେ ସ୍ଥାନାନ୍ତରିତ ହୋଇ ପାରୁ ନାହିଁ । ୪/୬ଟା ମୁଖ୍ୟ ରାସ୍ତାକୁ ବାଦ ଦେଲେ ଅନ୍ୟ ସମସ୍ତ ରାସ୍ତା ଅସନା ରହିଛି । ସାନିଟେସନ ନାହିଁ । ଆଜି ବାରିପଦା ଗସ୍ତ ସମୟରେ ବହୁତ ଭିତରକୁ ପ୍ରବେଶ କରି ସହରବାସୀଙ୍କ ସମ୍ବେଦନଶୀଳ ସମସ୍ୟାଗୁଡ଼ିକୁ ଭଲଭାବେ ଜାଣିବାକୁ ପାଇଛି ଓ ଲୋକମାନଙ୍କ ନିକଟରୁ ଜାଣିବାକୁ ପାଇଛି । ତେଣୁ ବାରିପଦା ସହରକୁ ଏକ ସରସ ସୁନ୍ଦର ଓ ଅତ୍ୟାଧୁନିକ ସହରରେ ପରିଣତ କରାଇବାକୁ ହେଲେ ପରିବର୍ତନର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ଷଢ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଥିବା ସମୟରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ, ବାରିପଦା ବିଧାୟକ ପ୍ରକାଶ ସୋରେନ , ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିÂ ନେତା ଜୀବନ ସାହୁ ଓ କବି ବିଷ୍ଣୁ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ଭାନୁ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top