Dailyhunt

ବଡ଼ବାହାଲ ରାତ୍ର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ନାଗ୍ରୁପତ୍ରା ଚମ୍ପିୟାନ କୋଲାବିର

କୋଲାବିରା ବ୍ଲକ ବଡ଼ବାହାଲ ଗ୍ରାମ ଖେଳ ପଡିଆରେ ଦ୍ଵିଦିବସୀୟ ରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି l ବିଜେପିର ମଣ୍ଡଳ ସମ୍ପାଦକ ଯୁବନେତା ଭାଗିରଥି ଛତ୍ରିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ବୀର ବଜରଙ୍ଗ ୟୁଥ୍ କ୍ଳବ୍ ସହଯୋଗରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଇଥିଲେ l ଫାଇନାଲ ମ୍ୟାଚରେ ନାଗ୍ରୁପତ୍ରା ଦଳ ୫-୪ ପେଲାଣ୍ଟିକ ଗୋଲରେ ରାଜପୁର ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛି l ଖେଳ ଗୁଡ଼ିକୁ ରେଫରି ନୀଳ ନାଏକ, ରାଜେଶ ପଟେଲ, ଅମୀୟ ପଟେଲ, ଲକ୍ଷ୍ମଣ କିସାନ ଓ ସାଗର ନାଏକ ଖେଳ ପରିଚାଳନା କରିଥିଲେ l ପୁରସ୍କାର ବିତରଣ ଉତ୍ସବରେ ବିଜେପି ମଣ୍ଡଳ ସଭାପତି ରାଜେଶ ଦାଶ ମୁଖ୍ୟଅତିଥି, ମଣ୍ଡଳ ଉପସଭାପତି ସଞ୍ଜୟ ପୂଜାରୀ, ମଣ୍ଡଳ ସାଧାରଣ ସମ୍ପାଦକ ଲିଙ୍କନ ଟଣ୍ଡକାର,ମଣ୍ଡଳ ସମ୍ପାଦକ ଭାଗିରଥୀ ଛତ୍ରିଆ, ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ବେହେରା, ବିଜେପି ଏସସି ସେଲ୍ ମଣ୍ଡଳ ସଭାପତି ସରୋଜ ବୁଡା, ଆନନ୍ଦ ଭଞ୍ଜ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଚମ୍ପିୟାନ ଓ ରାନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରି ପୁରଷ୍କୃତ କରିଥିଲେ l ଏଥିରେ ନରୋତ୍ତମ କିସାନ, ଯୋଗେଶ୍ୱର କିସାନ,ଆୟୋଜକ କ୍ଳବ୍ ର ଉପେନ୍ଦ୍ର କିସାନ, ସମ୍ପାଦକ ରଜତ ବଳୁଆ ଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya