ଭୁବନେଶ୍ୱର, 31 ମେ (ହି.ସ.)- ବଦଳିଲେ ବାରଙ୍ଗ ଥାନା ଆଇଆଇସି ନିରଞ୍ଜନ ବେହେରା । କଟକ ଡିସିପି ଅଫିସ୍କୁ
ବଦଳି କରାଯାଇଛି । ପୁରୀଘାଟ ଥାନା ଆଇଆଇସି ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ ଆଇଆଇସି ଭାବେ
ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।
ଏଠାରେ ସୂଚନାଯୋଗ୍ୟ, ଜଣେ ଯୁବକଙ୍କୁ ଥାନାରେ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା ।
ଅଭିଯୋଗର ତଦନ୍ତ ପରେ ପୁଲିସ କମିଶନର ନିରଞ୍ଜନ ବେହେରାଙ୍କୁ ବାରଙ୍ଗ ଥାନାରୁ ହଟାଇ ସିପି
ହେଡକ୍ୱାର୍ଟରକୁ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ବିଶ୍ୱରଞ୍ଜନ ନାୟକଙ୍କୁ ନୂଆ ଆଇଆଇସି ଭାବେ
ଦାୟିତ୍ୱ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
