Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବଣାଇଁଗଡ଼ରେ ବନମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ଚାରାରୋପଣ କଲେ ଜୁଏଲ ଓରାମ

ଭୁବନେଶ୍ୱର, 04 ଜୁଲାଇ (ହି.ସ.)- ସୁନ୍ଦରଗଡ଼

ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବଣାଇଁଗଡ଼ର ବୋଲାନିପାଟ ଠାରେ ଆଜି ଆୟୋଜିତ ୭୭ତମ ବନମହୋତ୍ସବ

କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏହି ଅବସରରେ ପ୍ରକୃତି ଓ

ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋଚନା ହେବା ସହିତ ସ୍ଥାନୀୟ ବନ ବିଭାଗ

କର୍ମଚାରୀ ଓ ଗ୍ରାମବାସୀଙ୍କ ସହିତ ମିଶି ଚାରା ରୋପଣ କରିଥିଲେ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ଆଗାମୀ ପିଢ଼ି ପାଇଁ ଏକ ସବୁଜ ଓ ସ୍ୱାସ୍ଥ୍ୟକର ପରିବେଶ ଛାଡ଼ି ଯିବା ଆମର ସମସ୍ତଙ୍କର

ଦାୟିତ୍ୱ,

ଏବଂ ବନମହୋତ୍ସବ ପରି କାର୍ଯ୍ୟକ୍ରମ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ

ପଦକ୍ଷେପ। ସୁନ୍ଦରଗଡ଼ ଜିଲ୍ଲାର ବନ ସମ୍ପଦ ରାଜ୍ୟ ତଥା ଦେଶ ପାଇଁ ଏକ ବହୁମୂଲ୍ୟ ସମ୍ପତ୍ତି, ଏବଂ ଏହାର ସଂରକ୍ଷଣ ଓ ସମ୍ପ୍ରସାରଣ ପାଇଁ ଆମେ ସମସ୍ତେ ମିଳିମିଶି

କାର୍ଯ୍ୟ କରିବା ଆବଶ୍ୟକ। ବଣାଇଁଗଡ଼ ଅଞ୍ଚଳର ଜନସାଧାରଣଙ୍କ ଉତ୍ସାହ ଓ ଅଂଶଗ୍ରହଣ ପ୍ରକୃତି

ପ୍ରତି ସେମାନଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya