Dailyhunt
ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ବାରିକଙ୍କ ବିୟୋଗ

ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ବାରିକଙ୍କ ବିୟୋଗ

Hindusthan Samachar 0 months ago

କେନ୍ଦ୍ରାପଡା, ୩ ଅପ୍ରେଲ (ହି.ସ.)-ଗତକାଲି ରାତି ୩ଟା ୩୫ ମିନିଟ ସମୟରେ ରାଜକନିକାର ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ବାରିକ (୫୯)ଙ୍କ ଆକସ୍ମିକ ବିୟୋଗ ଘଟିଛି । ଏମିତି ଏକ ଖବରକୁ ନେଇ ତମାମ ସୋସିଆଲ ମିଡ଼ିଆ ଆଜି ଶୋକରେ ଉବୁଟୁବୁ। ଫେସବୁକ ହ୍ୱାଟ୍ସ ଅପ ର ସ୍ଟାଟସ, ଇଷ୍ଟଗ୍ରାମରେ ଆଜି ଏହି ଖବର ସ୍ଥାନୀୟ ଅଞ୍ଚଳରେ ନିଆଁ ଭଳି ପ୍ରସାରିତ ହୋଇଛି।

ଜଣେ ନିର୍ଭିକ ଭାବରେ ଗ୍ରାମାଞ୍ଚଳରେ ସାମ୍ବାଦିକତା କରି ଜଣେ ଏତେ ଯେ ଲୋକପ୍ରିୟ ହୋଇପାରେ ତା'ର ପ୍ରମାଣ ଦେଇଛି ଆଜି ସୁବାସ ଚନ୍ଦ୍ର ବାରିକଙ୍କ ବିୟୋଗ ଖବର। ଦୀର୍ଘ ୧୨ ବର୍ଷର ଅବିରତ ଖବର ପ୍ରସାରଣରେ ସମାଜର ସବୁବର୍ଗର ଲୋକଙ୍କ ମନକୁ ଜିଣି ସେମାନଙ୍କର ଭରସା ପାଲଟିବା ଭଳି ସତ୍ୟକୁ ଯେ କେହି ଆଜିର ଶଵ ଶୋଭାଯାତ୍ରା ଦେଖିଛି ସେ ଅନୁଭବ କରିଛି।

ଗତକାଲି ରାତିରେ ହୃଦଘାତର ଶୀକାର ହୋଇ ପ୍ରଥମେ ରାଜକନିକା ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ସୁବାସ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସାମ୍ବାଦିକ ସୁବାସ ଚନ୍ଦ୍ର ବାରିକଙ୍କ ଆକସ୍ମିକ ବିୟୋଗ ଖବର ପ୍ରଚାରିତ ହେବା ପରେ ସାରା କନିକା ସ୍ତବ୍ଧ ହୋଇଯାଇଛି। ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଆଞ୍ଚଳିକ ପ୍ରତିନିଧି ଭାବେ ଦୀର୍ଘ ୧୨ ବର୍ଷ ଧରି ନିଜକୁ ସମ୍ପୂର୍ଣ୍ଣ ଭାବେ ଖବର ସହ ଯୋଡି ରଖିଥିବା ସୁବାସ ବାବୁଙ୍କ ବିୟୋଗ ସାରା ଅଞ୍ଚଳରେ ଗଭୀର ଶୋକ ଖେଳାଇ ଦେଇଛି। ରାଜକନିକା ବ୍ଲକ ଓଳାଭର ତଥା ପଶ୍ଚିମ କନିକା ଅଂଚଳର ଗମନାଗମନ, ପରିବେଶ ଉନ୍ନତି, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଭଳି ମୌଳିକ ସମସ୍ୟାର ଖବର ପ୍ରସାରଣ ମାଧ୍ୟମରେ ଆଶୁ ସମାଧାନ କରି ଜନଗଣଙ୍କ ଭରସା ପାଲଟିଥିବା ସୁବାସ ବାବୁ ୨୦୧୪ ମସିହାରେ ପ୍ରମେୟ ସହ ଯୋଡି ହୋଇଥିଲେ। ସାମ୍ବାଦିକତାକୁ ବ୍ରତ ଭାବରେ ନେଇ ଦୈନିକ ନୂଆ ନୂଆ ଢଙ୍ଗରେ ଖବର ପ୍ରସାରଣ ହେଉ ବା ବୁଡି ବୁଡି ଯାଇଥିବା ପ୍ରାଚୀନତାକୁ ଉଜ୍ଜିବିତ କରିବା ହେଉ ସବୁ ଖବରରେ ଆଗରେ ଥିଲେ ସେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଆଜି ସକାଳୁ ପ୍ରମେୟ କେନ୍ଦ୍ରାପଡ଼ା ଟିମ୍ ଜିଲ୍ଲା ହସ୍ପିଟାଲରେ ପହଁଚି ଶେଷ ଦର୍ଶନ କରିବା ସହ ତାଙ୍କ ଶବକୁ ନିଜ ଗାଁ ମୁରାଦପୁରକୁ ଆଣିବାର ବ୍ୟବସ୍ଥା କରିଥିଲା। ସୁବାସଙ୍କ ମର ଶରୀର କେନ୍ଦ୍ରାପଡ଼ାରୁ ରାଜକନିକା ଆସିବା ବାଟରେ ପଟ୍ଟାମୁଣ୍ଡାଇ ଠାରେ ସାମ୍ବାଦିକ କୁମରେଶ ନାୟକ, ଅନିଲ ଚୌଧୁରୀ, ଆଳି ଡ଼ାକବଙ୍ଗଳା ଛକରେ ସାମ୍ବାଦିକ ପ୍ରମୋଦ ମଲ୍ଲିକ, ବନମାଳୀ ସେନାପତି, ନିରଞ୍ଜନ ବେହେରା, ଅଭୟ ସୂତାର, ପ୍ରଭୁକଲ୍ୟାଣ ସେନାପତି, ଜୟନ୍ତ ପାତ୍ର, ବନମାଳୀ ସାହୁ, ଅଶ୍ୱିନୀ ସାହୁ, ଆଳି ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ସାମ୍ବାଦିକ ଶୁଭାଶିଷ ଷଡ଼ଙ୍ଗୀ, ଲିଟୁଆ ରାଉତ, ସମ୍ବିତ ନାୟକ, ବିଭୂପ୍ରସାଦ ଦାଶ, ଦୀପକ ନାୟକ, ବିଭୂପ୍ରସାଦ ମହାନ୍ତି, ଆଳି କଲେଜର ପୂର୍ବତନ ଅଧ୍ୟକ୍ଷ ଦୁର୍ୟୋଧନ ମଳିକ, ଗଡ଼ଗଡି ସେତୁ ନିକଟରେ କନିକା ପ୍ରେସ କ୍ଲବର ଆୟୋଜନରେ ଏକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। କ୍ଲବର ସଦସ୍ୟ ନଳିନୀକାନ୍ତ ପୁଷ୍ଟି, ସୁକାନ୍ତ ଦାଶ, ପ୍ରବୀଣ ବଳ, ସଞ୍ଜୟ ଦାଶ, ଅଜିତ ବେହୁରିଆ, ଅଜୟ ରାଉତ, ରମେଶ ପରମାଣିକ, ସୁଶାନ୍ତ ନାୟକ, ସରୋଜ ବେହେରା, ନେତାଜୀ କ୍ଳବର ରାଜନାରାୟଣ ଜେନା, ଦେବଜ୍ୟୋତି ଜେନା, ଶୁଭ୍ରଜିତ ବିଶ୍ୱାଳ, ଧର୍ମରକ୍ଷା ସେନା ସିଲୁ ସିଂ, ରଜତ ଦାଶ, ଜଗନ୍ନାଥ ସାମଲ, ଟି ବଣ୍ଟିଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଚନ୍ଦନପୋଖରୀ ଛକ, ଷ୍ଟ୍ରକଚର ଛକ, କଣ୍ଟପଡା ବଜାର, ଅଶୋକ ବଜାର, ଓଳାଭର ବଜାର ଦେଇ ତାଙ୍କ ଜନ୍ମମାଟି ମୁରାଦପୁର ଗାଁ ମୁଣ୍ଡରେ ପହଁଚିବା ପରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ଗାଁ ପରିକ୍ରମ କରିଥିଲା।

ଏହି ଶୋଭାଯାତ୍ରା ସମୟରେ ସମିତି ଚନ୍ଦନପୋଖରୀ ଛକରେ ସାମ୍ବାଦିକା ରଶ୍ମିତା ବରାଳ, ପୂର୍ବତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ବିଜେଡି ନେତା ବ୍ରଜସୁନ୍ଦର ଭୂୟାଁ, ଯୁବନେତା ଶରତ ମଲ୍ଲିକ,ହରିଶ ମହାପାତ୍ର,ସମିତି ସଭ୍ୟ ପ୍ରବେଶନ ମଲ୍ଲିକ, ଅଶୋକ ବଜାର ଠାରେ ସିପିଆଇଏମଏଲ ର ବିଧାନ ଦାସ, ସବିତା ବରଜ, ଓଳାଭର ବଜାରରେ ଅକ୍ଷୟ ନାଥ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ଶ୍ମଶାନରେ ବ୍ଲକ କଂଗ୍ରେସ ସଭାପତି ପଙ୍କଜ ଦାସ, କଂଗ୍ରେସ ଯୁବନେତା ଅଭିରାମ ବିଶ୍ୱାଳ, ନିରଞ୍ଜନ ଜେନା, ପିସିସି ସଦସ୍ୟ ତଥା ଦେଉଳତରା ସମିତି ସଭ୍ୟ ବାବୁରାମ ଜେନା, ସରପଞ୍ଚ ସଞ୍ଜୟ ପଣ୍ଡା, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ବାରିକ,ଜିଲ୍ଲା ପରିଷଦ ପ୍ରତାପ ବେହେରା, ବିଜେଡି ଯୁବ ସଂଗଠକ ପବିତ୍ର ରାଉତ, ପ୍ରଦୀପ୍ତ ରାଉତ, ହିମାଂଶୁ ଶେଖର ସାମଲ, ସାମାଜିକକର୍ମୀ ସୁବାସ ସାହୁ, ନିରଞ୍ଜନ ନାୟକ, ଚିନ୍ମୟ ରଞ୍ଜନ ଦାସ, ସସ୍ମିତା ଦାସ, ସଚିନ ଦାସ, ନାରାୟଣ ମଲ୍ଲିକ, ପ୍ରିୟ ରଞ୍ଜନ ସାହୁ, ସୌମେନ୍ଦ୍ର ଦାସ, ଦିପ୍ତୀରଞ୍ଜନ ବାରିକ, ପ୍ରୀତିରଞ୍ଜନ ନାୟକ, କେଶବ ସେଠି, ରଞ୍ଜିତ ପାଗଳ, ଲିପୁନ ସାହୁଙ୍କ ସମେତ ପ୍ରମେୟ ର ଢେଙ୍କାନାଳ ପ୍ରତିନିଧି ଶ୍ରୀବାସ କୁମାର ନାୟକ, ରାଜକନିକା ସାମ୍ବାଦିକ ରବୀନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ଶୋକବ୍ୟକ୍ତ କରିଥିଲେ।

ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ମାଆ ସୁଶୀଳା ବାରିକ, ବିଧବା ପତ୍ନୀ ଚିତ୍ରକଳା ଜେନା, ଝିଅ ଶୁଭ ଚିନ୍ତିକା, ଜ୍ୱାଇଁ ସୋନାଚାନ୍ଦ ପ୍ରଧାନ, ନାତୁଣୀ ଶରଣ୍ୟା, ଜ୍ୱାଇଁ ଶିବ ପ୍ରସାଦ ସାମଲ ଅବିବାହିତ ଝିଅ କ୍ଷୀରବ୍ଧିତନୟାଙ୍କ ସମେତ ଗ୍ରାମବାସୀ ଆତ୍ମୀୟସ୍ୱଜନ, ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ। ଏକମାତ୍ର ପୁତ୍ର ପୁତ୍ର ସ୍ୱୟଂ ସମ୍ପୂର୍ଣ୍ଣ ବାରିକ ମୁଖାଗ୍ନି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya