Dailyhunt
ବୌଦ୍ଧ ଜିଲା କରଞ୍ଜକଟା ଠାରେ ବାଘ ଛାଲ ଡିଲ ବେଳେ ମାଡି ବସିଲା ବନ ବିଭାଗ

ବୌଦ୍ଧ ଜିଲା କରଞ୍ଜକଟା ଠାରେ ବାଘ ଛାଲ ଡିଲ ବେଳେ ମାଡି ବସିଲା ବନ ବିଭାଗ

ବୌଦ୍ଧ, 30 ଏପ୍ରିଲ୍ (ହି.ସ.) ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ବୌଦ୍ଧ ଜିଲା କରଞ୍ଜକଟା ନିକଟରୁ ଦୁଇ ଜଣ ଶିକାରୀ କୁ ବୌଦ୍ଧ ବନ ବିଭାଗ ଦ୍ୱାରା ଗିରଫ କରାଯାଇଛି l ସୂଚନା ପ୍ରକାରେ ବୌଦ୍ଧ ବନ ବିଭାଗ ଅନ୍ତର୍ଗତ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅଂଚଳରୁ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ବନ ବିଭାଗ ବାଘ ଛାଲ ଜବତ କରିବା ସହ ଦୁଇ ଜଣ ଶିକାରୀ କୁ ଗିରଫ କରିଛି l ଗିରଫ ହୋଇଥିବା ଶିକାରୀ ଦୁଇଜଣ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗ୍ରାମର ଅଭୟ ନାୟକ ଓ ବାଇସପଡ଼ା ଗ୍ରାମର ନୀଳକଣ୍ଠ କହଁର l ଚଢ଼ାଉ କରାଯାଇ ତା ପାଖରୁ ଗୋଟିଏ ବାଘ ଛାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା ।

ଏନେଇ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି l ଶିକାରୀ ଦୁଇ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya