Dailyhunt
ବୌଦ୍ଧ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ମହେଶ୍ୱର ପ୍ରଧାନ ନିଯୁକ୍ତ

ବୌଦ୍ଧ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ମହେଶ୍ୱର ପ୍ରଧାନ ନିଯୁକ୍ତ

ବୌଦ୍ଧ, ୦୩ ମେ (ହି.ସ.) - ବୌଦ୍ଧ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ମହେଶ୍ୱର ପ୍ରଧାନ ତୃତୀୟ ଥର ନିଯୁକ୍ତ ହୋଇଛନ୍ତି । ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚି଼ବ ଓ ଅଖିଳ ଭାରତୀୟ ଯୁବ କଂଗ୍ରେସ ପ୍ରଭାରୀ ମନିଷ ଶର୍ମା ଙ୍କ ଅନୁମୋଦନ କ୍ରମେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଂଜିତ କୁମାର ପାତ୍ର ବୌଦ୍ଧ ଜ଼ିଲ୍ଲା ନୂତନ ଯୁବ କଂଗ୍ରେସ ସଭାପତି ଭାବେ ମହେଶ୍ୱର ପ୍ରଧାନ ଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି କ୍ଷ ମହେଶ୍ୱର ପ୍ରଧାନ ତାଙ୍କ ନିଯୁକ୍ତି ଲାଗି ରାଜ୍ୟ ସଭାପତି , ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା ପ୍ରଭାରୀ ଅଜୟ ଲାଲ୍ଲୁ, ବୌଦ୍ଧ ର ପୂର୍ବତନ ବିଧାୟକ ତଥା ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସୁଜିତ ପାଢ଼ୀ, ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ ଖାଁ, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ନାରାୟଣ ପ୍ରସାଦ ପରିଜା, ନବ କୁମାର ମିଶ୍ର , ପୂର୍ବତନ ଯୁବ କଂଗ୍ରେସ ସଭାପତି ଅବଦୁଲ ଅଜିଜ଼ ଖାଁ ଏବଂ ଜ଼ିଲ୍ଲା କଂଗ୍ରେସ ର ବରିଷ୍ଠ ନେତା ଓ ଜ଼ିଲ୍ଲା କଂଗ୍ରେସ, ମହିଳା,ଯୁବ, ଛାତ୍ର କଂଗ୍ରେସ କର୍ମ କର୍ତା ଓ କଂଗ୍ରେସ କର୍ମୀ ଓ ଶୁଭେଛୁ ମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଆଗାମୀ ଦିନରେ କଂଗ୍ରେସ ସଂଗଠନ କିପରି ସୁଦୃଢ ହେବ ତାଉପରେ ଦୃଷ୍ଟି ଦେବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya