Dailyhunt
ବେଲଘର ଶୀକାର ମୃତ୍ୟୁ ଘଟଣା:ଘରୁ ଡାକି ନେଇ ହତ୍ଯା :ଦୁଇ ଅଭିଯୁକ୍ତ ଗିରଫ ୨ ଦେଶୀ ବନ୍ଧୁକ ଜବତ

ବେଲଘର ଶୀକାର ମୃତ୍ୟୁ ଘଟଣା:ଘରୁ ଡାକି ନେଇ ହତ୍ଯା :ଦୁଇ ଅଭିଯୁକ୍ତ ଗିରଫ ୨ ଦେଶୀ ବନ୍ଧୁକ ଜବତ

କନ୍ଧମାଳ , ୦୩ ମେ (ହି.ସ.)

ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବେଲଘର ହତ୍ୟାକାଣ୍ଡ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବେଲଘର ଥାନା ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗତ ୧ ତାରିଖରେ ବେଲଘର ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । ଘରୁ ଡାକିନେଇ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରି ଏହାକୁ ଏକ ଦୁର୍ଘଟଣାର ରୁପ ଦେଇ ଫେରାର୍ ହୋଇଯାଇଥିଲେ।

ଦୁଇଜଣ ଦୁର୍ବୃତ୍ତ । ଏହାର ଶୀକାର ହୋଇଥିଲେ, ବେଲଘର ଥାନା ଅନ୍ତର୍ଗତ ଗୁମା ପଞ୍ଚାୟତ ସାପେରୀ ଗାଁ ର କାମଦେବ ମାଝୀ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଁଞ୍ଚି ଦେଖିବା ପରେ ବେଲଘର ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହତ୍ୟାକାଣ୍ଡ ଘଟାଇ ଦୁଇ ଅଭିଯୁକ୍ତ ଫେରାର ଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ଦୁଇ ଅଭିଯୁକ୍ତ ଲିପୁ ମାଝୀ ଓ ମଧୁସୂଦନ ମାଝୀ ହୋଇଥିବା ବେଳେ ପୁର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ପ୍ରକୃତ କାରଣ ସନ୍ଦେହ ଘେରରେ ଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜୁଛି ପୋଲିସ୍ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya