Dailyhunt
ଭଦ୍ରକରେ ମହିଳା ଆୟୋଗର କ୍ୟାମ୍ପ କୋର୍ଟ: ୩୨ ମାମଲା ଶୁଣାଣି, ୫ର ସମାଧାନ

ଭଦ୍ରକରେ ମହିଳା ଆୟୋଗର କ୍ୟାମ୍ପ କୋର୍ଟ: ୩୨ ମାମଲା ଶୁଣାଣି, ୫ର ସମାଧାନ

ଭଦ୍ରକ, ୩୦ ଅପ୍ରେଲ (ହି.ସ.) - ଓଡିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଦସ୍ୟା ପ୍ରତିଭା ଶତପଥିଙ୍କ ନେତୃତ୍ୱରେ ଓଡିଶା ରାଜ୍ୟ ମହିଳା ଆୟୋଗର ଏକ ଦଳ ଭଦ୍ରକ କଲେକ୍ଟରେଟ୍ ସ୍ଥିତ ସାଧଭାବନା ସଭାଗୃହରେ ଏକ କ୍ୟାମ୍ପ କୋର୍ଟ ଆୟୋଜନ ହୋଇଯାଇଛି। ଓଡ଼ିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଆୟୋଜିତ କ୍ୟାମ୍ପ କୋର୍ଟରେ ମୋଟ ୩୨ଟି ମାମଲା ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା।

ଏଥିରୁ ୨୨ଟି ମାମଲାରେ ପକ୍ଷମାନେ ଉପସ୍ଥିତ ହୋଇଥିଲେ। ୮ଟି ମାମଲାରେ ଉଭୟ ପକ୍ଷ, ୮ଟି ମାମଲାରେ କେବଳ ଆବେଦନକାରୀ ଏବଂ ୬ଟି ମାମଲାରେ କେବଳ ବିପକ୍ଷ ପକ୍ଷ ଉପସ୍ଥିତ ହୋଇଥିଲେ। ଶୁଣାଣି ସମୟରେ ୫ଟି ମାମଲାର ସମାଧାନ ଆପସ ମଧ୍ୟମରେ କରାଯାଇଥିବା ବେଳେ ୨ଟି ମାମଲାକୁ ପୁଲିସ ସୁପରିଟେଣ୍ଡଙ୍କ ନିକଟକୁ, ୨ଟି ମାମଲାକୁ ସୁରକ୍ଷା ଅଧିକାରୀଙ୍କ ନିକଟକୁ ଏବଂ ୧ଟି ମାମଲାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିକଟକୁ ପ୍ରେରଣ କରାଯାଇଥିଲା। ଅନ୍ୟାନ୍ୟ ୧୨ଟି ମାମଲାରେ ପୁନର୍ବାର ପକ୍ଷମାନଙ୍କ ଉପସ୍ଥିତି ପାଇଁ ନୋଟିସ ଜାରି କରାଯାଇଥିଲା। ଏହି କ୍ୟାମ୍ପ କୋର୍ଟରେ ନୂତନ ଭାବେ ୪ଟି ମାମଲା ଗ୍ରହଣ କରାଯାଇଛି। ଏହି କ୍ୟାମ୍ପ କୋର୍ଟରେ ଭଦ୍ରକର ଅତିରିକ୍ତ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ସରୋଜ ଦତ, ଅତିରିକ୍ତ ପୁଲିସ ଅଧୀକ୍ଷକ ବିଶ୍ୱପତି ପଣ୍ଡା, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ରୂପାଲି ମିତ୍ର ଓ ପ୍ରୋଟେକ୍ସନ୍ ଅଫିସର ସବିତା ବେହେରାଙ୍କ ସକ୍ରିୟ ଉପସ୍ଥିତିରେ ମୋଟ ୩୨ଟି ମାମଲାର ଶୁଣାଣି କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya