Dailyhunt

ଭଗବାନ ନୃସିଂହ ଜୟନ୍ତୀର ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, 30 ଏପ୍ରିଲ୍ (ହି.ସ.)- ଭଗବାନ ନୃସିଂହ ଜୟନ୍ତୀର ଶୁଭେଚ୍ଛା ଜଣାଇବା ସହ ଶ୍ରୀ ଲକ୍ଷ୍ମୀ ନରସିଂହ

ସ୍ୱାମୀ ମନ୍ଦିରରେ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ଭଗବାନ୍ ଶ୍ରୀ ନୃସିଂହ ଜୟନ୍ତୀର ପବିତ୍ର

ଅବସରରେ ବେଙ୍ଗାଲୁରୁର ମଲ୍ଲେଶ୍ୱରମ୍ ଅଞ୍ଚଳରେ ଅବସ୍ଥିତ ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ୱାମୀ

ମନ୍ଦିରରେ ଦର୍ଶନ କରିବାର ପରମ ସୌଭାଗ୍ୟ ଲାଭ କଲି।

ଭଗବାନ୍ ଶ୍ରୀ ଲକ୍ଷ୍ମୀ ନରସିଂହଙ୍କ ଦିବ୍ୟ ସ୍ୱରୂପ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ସତ୍ୟ,

ସାହସ

ଏବଂ ଧର୍ମର ସୁରକ୍ଷାର ପ୍ରତୀକ ଅଟେ। ଏହି ପ୍ରାଚୀନ ମନ୍ଦିର ଆସ୍ଥାର ଏକ ପ୍ରମୁଖ କେନ୍ଦ୍ର ଓ

ଐତିହାସିକ ଦୃଷ୍ଟିରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରର ପୁନର୍ନିର୍ମାଣ 16ମ

ଶତାବ୍ଦୀରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭାଇ ୱେଙ୍କୋଜୀ ଭୋସଲେଙ୍କ ଦ୍ୱାରା କରାଯାଇଥିଲା।

ଏହି ପବିତ୍ର ଅବସରରେ ପ୍ରଭୁଙ୍କୁ ଦେଶର ନିରନ୍ତର ପ୍ରଗତି,

ସମୃଦ୍ଧି

ଏବଂ ସମସ୍ତ ଦେଶବାସୀଙ୍କ ସୁଖ, ଶାନ୍ତି ଓ କଲ୍ୟାଣ ପାଇଁ ପ୍ରାର୍ଥନା କଲି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya