

ବଲାଙ୍ଗୀର, ୦୩ ମଇ(ହି.ସ.) - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ନାଟ୍ୟ ଧାରା କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଭବାନୀ ଶଙ୍କର କଳା ପରିଷଦ, ବଲାଙ୍ଗୀର ମଂଚସ୍ଥ କରିଥିଲେ। ଦିଲିପ କୁମାର ଦୀପଙ୍କ ରଚିତ ଏବଂ ରାଜେନ୍ଦ୍ର ମଲ୍ଲିକଙ୍କ ନିର୍ଦ୍ଦେଶିତ ନାଟକ "ନୂଆ ସକାଲ" ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କିର୍ତି ରଂଜନ ସିଂ, ସଭାକୁ ପରିଚାଳନା କରିଥିଲେ ଓଡ଼ିଶା ନାଟ୍ୟ ସଂଘର ସାଧାରଣ ସମ୍ପାଦକ ସୁଧାଂଶୁ ମୋହନ ଦ୍ୱିବେଦୀ, ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ମଂଚ କଳାକର ଉପେନ୍ଦ୍ର ପତି ଏବଂ ମଂଚ କଳାକାର ବିଷ୍ଣୁ ଚରଣ ସ୍ୱାଇଁ।
ନାଟକର ବିଭିନ୍ନ ଭୂମିକାରେ ଥିଲେ ନବୀନ କିଶୋର ବେହେରା, ଇଶ୍ୱରୀ ବେହେରା(ବେବି), ସନ୍ତୋଷ କୁମାର ଡାଙ୍ଗ, ସୁନାଧର ବଘାର, ଶିଶୁ କଳାକାର ରୂପେଶ ଠେଲା, ଆଲୋକ ସଂପାତ ଓ ମଂଚ ପରିଚାଳନାରେ ଅଶୋକ କୁମାର ଦୀପ ଏବଂ ଯଦୁନାଥ ବାରିକ। ସାଂପ୍ରତିକ ସମାଜରେ ବରିଷ୍ଠ ନାଗରିକଙ୍କ ଉପରେ ଆଧାରିତ ସମସ୍ୟାକୁ ନେଇ ନାଟକର କାହାଣୀ ଗତିଶୀଳ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

