Dailyhunt
ଭୁବନ ସହରରେ ହାତୀ ବୁଲିଲା

ଭୁବନ ସହରରେ ହାତୀ ବୁଲିଲା

ଭୁବନ, ୩ ଅପ୍ରେଲ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅଞ୍ଚଳରେ ବାରମ୍ବାର ହାତୀ, ଭାଲୁ, ବାରହା ପ୍ରଭୃତି ଜଙ୍ଗଲି ଜନ୍ତୁ ବୁଲୁଥିବାର ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି । ଗୁରୁବାର ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ସୁକିନ୍ଦା ପଟରୁ ଗୋଟାଏ ଦନ୍ତା ହାତୀ ଆସି ଭୁବନ କଲେଜ ଛକ ନିକଟରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ହୋ ହାଲା କରି ହାତୀକୁ ଘଉଡ଼ାଇଥିଲେ ।

ଏ ସମ୍ପର୍କରେ ଖବର ପାଇ ଫରେଷ୍ଟ ରେଞ୍ଜର ରାକେଶ କୁମାର ଦଳେଇ ସଦଳବଳେ ହାତୀକୁ ୫୩ ନମ୍ବର ଜାତୀୟ ରାଜପଥରେ ଘଉଡ଼ାଇ ନେଇ କୋର୍ଟ ଛକ, ଭୂଷଳ ଗ୍ରାମ ଦେଇ ବ୍ରାହ୍ମଣୀ ନଦୀ ପାର କରାଇ ସକାଳ ୬ଟା ସମୟରେ ଦଲାର ବିଟ୍ କୁ ହସ୍ତାନ୍ତର କରିଥିଲେ । ହାତୀଟି ଭୁବନ ସହରରେ ଦୀର୍ଘ ସମୟ ବିଚରଣ କରିଥିଲେ ମଧ୍ୟ କୌଣସି ଅନିଷ୍ଟ କରି ନଥିଲା ଏବଂ ଯିବା ସମୟରେ ବ୍ରାହ୍ମଣୀ ନଦୀରେ ସ୍ନାନ କରି ଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya