
ଜୟପୁର, ୦୫ ମେ (ହି.ସ.) - କୋରାପୁଟ ଜିଲ୍ଲା ଦିନିକିଆ ଗସ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ରାଜ୍ୟ ଆଇନ, ପୂର୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଓ ଏହି ଗ୍ରସ୍ତ ସମୟରେ ପୌର ପରିଷଦ ଏବଂ ପୂର୍ତ ବିଭାଗ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରକଳ୍ପର ମନ୍ତ୍ରୀ ଦ୍ୱୟଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା।
କୋରାପୁଟ ପୌର ପରିଷଦ ଦ୍ୱାରା କରାଯାଇଥିବା କଫି ସେଲ୍ଫି ପଏଂଟ, ଲବଣ ସତ୍ୟାଗ୍ରହ ସ୍ମାରକୀ ଏବଂ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନ ଉନ୍ନତିକରଣ ପ୍ରକଳ୍ପ ଉଦ୍ଘାଟନ ହୋଇଯାଇଛି। ସେହିପରି ପୂର୍ତ ବିଭାଗ ଦ୍ୱାରା ଉନ୍ନତିକରଣ କାର୍ଯ୍ୟ ଯଥା କୋରାପୁଟ ଠାରୁ ଲୁଲା, ଶୁଙ୍ଗି ଠାରୁ ଆମ୍ଫାବାଲି ଏବଂ ନନ୍ଦପୁର ଠାରୁ ଲମତାପୁଟ ଭାୟା ବନମାଳୀପୁଟ ପ୍ରମୁଖ ରାସ୍ତାର ମନ୍ତ୍ରୀ ଦ୍ୱୟଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ,କୋରାପୁଟ ବିଧାୟକ ରଘୁରାମ ମାଛ, ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶୁଭକାନ୍ତ ବାରିକ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଓ ଉପାଧ୍ୟକ୍ଷ ସବିତା ପଣ୍ଡା, ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ପୌର ଯନ୍ତ୍ରୀ ମନୋଜ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ନର୍ମଦା ସାହୁଙ୍କ ସହ କାଉନସିଲର ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି

