Dailyhunt
ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

କେନ୍ଦ୍ରାପଡା, ୩ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାରେ କ୍ରୀଡା ପ୍ରଶିକ୍ଷିକା ଶ୍ରୀମତୀ ସଂଯୁକ୍ତା ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷା ଡଃ. ବାସନ୍ତୀ ଶୁକ୍ଳାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ମହାନ୍ତିଙ୍କ ୩୪ ବର୍ଷର ଚାକିରି ଜୀବନରେ ସେ ଅତି ନିଷ୍ଠାପର ଭାବରେ ମହାବିଦ୍ୟାଳୟକୁ ସେବା ପ୍ରଦାନ କରିଛନ୍ତି ବୋଲି ପ୍ରଶାସନିକ ଅଧିକାରିଣୀ ପ୍ରଫେସର ସବିତା ଦାସ ମତବ୍ୟକ୍ତ କରିଥିଲେ ।

ଶୈକ୍ଷିକ ଅଧିକାରିଣୀ ଡଃ. ପଦ୍ମଜା କବି ଶତପଥୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କର କ୍ରୀଡା କ୍ଷେତ୍ରରେ ଜାତୀୟସ୍ତରରେ ପାରଦର୍ଶିତା ଲାଭ କରିବାରେ ଶ୍ରୀମତୀ ମହାନ୍ତିଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ ।

ଇଂରାଜୀ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ତପନ କୁମାର ଦାସ ଶ୍ରୀମତୀ ମହାନ୍ତିଙ୍କର ତତ୍ୱାବଧାନରେ ଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଜାତୀୟ ସ୍ତରରେ ସଫଳତା ଅର୍ଜନ କରିବା ସହ ଓଡିଶାର ବିଭିନ୍ନ କ୍ଷେତ୍ରରେ ଚାକିରି କରିବାରେ କୃତିତ୍ୱ ଅର୍ଜନ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷା ଡଃ ଶୁକ୍ଳା, ସଂଯୁକ୍ତା ମାଡାମ୍ଙ୍କୁ ଉପଢୌକନ ପ୍ରଦାନ କରିବାସହ ତାଙ୍କର ଭବିଷ୍ୟତ ଜୀବନ ଉଜ୍ଜ୍ୱଳମୟ ହେବା ପାଇଁ କାମନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya