
କେନ୍ଦ୍ରାପଡ଼ା, ୦୫ ମଇ(ହି.ସ.) - କେନ୍ଦ୍ରାପଡ଼ା ପୌରାଂଚଳର ୨ନଂ ୱାର୍ଡର କାଉନସିଲର କାଳୀ ପ୍ରସାଦ ମିଶ୍ରଙ୍କୁ ବିଜେଡି ରାଜ୍ୟ ସଂପାଦକ ଭାବେ ନିଯୁକ୍ତ କରାଯାଇଛି। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ ମିଶ୍ରଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ମିଶ୍ର କେନ୍ଦ୍ରାପଡ଼ା ପୌରସଂସ୍ଥାର ଜଣେ କାଉନ୍ସିଲର ଭାବେ କାର୍ଯ୍ୟ କରୁଥିବାବେଳେ ଲୋକପ୍ରିୟ ହୋଇ ପାରିଛନ୍ତି।
ତାଙ୍କର ଏହି ନିଯୁକ୍ତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ବିଧାୟକ ଗଣେଶ୍ୱର ବେହେରା, ଧୃବ ସାହୁ ଓ ପ୍ରତାପ କେଶରୀ ଦେବ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କର ଏହି ନିଯୁକ୍ତିରେ ସମର୍ଥକ ଓ ଶୁଭେଚ୍ଛୁ ମହଲରେ ଆନନ୍ଦ ଖେଲି ଯାଇଥିବା ବେଳେ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି

