Dailyhunt

ବିଜୁ ଲିଗାସି କୁ ନେଇ କିଛି ଲୋକ ଭୁଲ୍ ପ୍ରଚାର କରୁଛନ୍ତି - ଅମର ଶତପଥୀ

ଭୁବନେଶ୍ୱର, ୦୮ ଏପ୍ରିଲ (ହି.ସ.) - ବିଜୁ ତିରୋଧାନ ଦିବସରେ ଆତ୍ମପ୍ରକାଶ କରିପାରେ ତୃତୀୟ ସାମ୍ମୁଖ୍ୟ। ଏନେଇ ଇସାରା ଦେଇଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ।

ସେ କହିଛନ୍ତି ଯେ ବିଜୁ ଲିଗାସି କୁ ନେଇ କିଛି ଲୋକ ଭୁଲ୍ ପ୍ରଚାର କରୁଛନ୍ତି। ବିଜୁ ବାବାୁଙ୍କ ଶ୍ରାଦ୍ଧ ଦିବସ ଏପ୍ରିଲ ୧୭ ରେ ଭୁବନେଶ୍ୱରରେ ପାଳିତ ହେବ। ଆଗକୁ ଅନେକ କଥା ଘଟିବ।

ବିଜୁ ବାବୁଙ୍କ ବିଚାର ଧାରାରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ବିଶେଷ ଏକାଠି ହେବାର ଆବଶ୍ୟକତା ରହିଛି। କିଛି ବର୍ଷ ଧରି ବିଜୁ ବାବୁଙ୍କ ନାଁ କୁ ଖର୍ବ କରିବାକୁ ଚେଷ୍ଟା କରାଯାଇଛି। ବିଜେଡ଼ି ରେ ବିଜୁ ବାବୁଙ୍କ ଫଟୋ ବି କାଢି ଦିଆଗଲା। ଅନ୍ୟ ମାନଙ୍କ ନାଁ ରଖାଗଲା। ଆଜି ବି କିଛି ଲୋକ ବିଜୁ ବାବୁଙ୍କ ନାଁ ବ୍ୟବହାର କରିବାକୁ ଚାହୁଁଛନ୍ତି କିନ୍ତୁ ବିଜୁ ଲିଗାସିକୁ ଆଗକୁ ନେବାକୁ ଚାହୁଁ ନାହାନ୍ତି। ଏହା ଏକ ପ୍ରବଂଚନା। ଲିଗାସି ବନାମ୍ ହିପୋ କ୍ରାସି ଲୋକଙ୍କ ଭିତରେ ଆଲୋଡନ ସୃଷ୍ଟି କରୁଛି। ଏହାକୁ ନେଇ ବିଜୁ ଶ୍ରାଦ୍ଧ ଦିବସ ପାଳନ ଗୁରୁତ୍ୱ ବହନ କରୁଛି। ବିଜେଡ଼ି ରୁ ଲୋକେ ଦୁରେଇ ଯାଉଛନ୍ତି। ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଯାହା ଘଟଣା ଘଟୁଛି, ସେଥିରୁ ସ୍ପଷ୍ଟ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya