Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଶିଷ୍ଟ ସାମାଜିକ କର୍ମୀ ଶିବ ନାରାୟଣ ରଥଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବିଶିଷ୍ଟ ସାମାଜିକ କର୍ମୀ ଶିବ ନାରାୟଣ ରଥଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, ୩୦ ମେ (ହି.ସ.) - ବଲାଙ୍ଗିର ର ବିଶିଷ୍ଟ ସାମାଜିକ କର୍ମୀ ସ୍ୱର୍ଗତ ଶିବ ନାରାୟଣ ରଥଙ୍କ ବିୟୋଗ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଟିକ୍ରାପଡା ରାମଜି ମନ୍ଦିର ଠାରେ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ସଭାପତି ପ୍ରକାଶ କୁମାର ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ରଥଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ଉକ୍ତ ସଭାରେ ଗାନ୍ଧି ପାଠାଗାର ସମ୍ପାଦକ ପ୍ରଦୀପ ସାହୁ, ବରିଷ୍ଠ ସଭ୍ୟ ଭଗବାନ ବଗର୍ତି, ଅଶୋକ ଚାନ୍ଦ, ରବି ବହିଦାର, ବଲାଙ୍ଗିର ଓକିଲ ସଂଘ ସଭାପତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ୱର୍ଗତ ରଥଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ରଥ ସିଡିଏମ୍ଓର ମୁଖ୍ୟ କିରାଣୀ ରୁ ଅବସର ଗ୍ରହଣ ପରେ ବଲାଙ୍ଗିର ନାଗରିକ କମିଟି, ବରିଷ୍ଠ ନାଗରିକ କମିଟି, ରେଳ ଉପଭୋକ୍ତ ସଂଘ, ବ୍ରାହ୍ମଣ ମହାସଭା, ପର୍ଶୁରାମ ବାହିନୀ, ଗାନ୍ଧୀ ପାଠାଗାର, ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ କମିଟି, ଗିରି ଗୋବର୍ଦ୍ଧନ ପୂଜା କମିଟି ର ସକ୍ରିୟ ସଭ୍ୟ ରହି ବିଭିନ୍ନ ସାମାଜିକ ତଥା ଆଧ୍ୟାତ୍ମିକ କାର?୍ୟ୍ୟକ୍ରମରେ ସକ୍ରିୟ ରହୁଥିଲେ । ତାଙ୍କ ଅକାଳ ବିୟୋଗ ରେ ସମାଜ ଜଣେ ଦକ୍ଷ ସମାଜସେବି କୁ ହରାଇଲା ବୋଲି ଗାନ୍ଧି ପାଠାଗାର ସଭାପତି ପ୍ରକାଶ କୁମାର ନେପାକ କହିଛନ୍ତି । ଉକ୍ତ ସଭାରେ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ସମ୍ପାଦକ ଅଙ୍କୁଶ ହୋତା, ହରେକୃଷ୍ଣ ପାତ୍ର (କୁନୁ) ସ୍ୱର୍ଗତ ରଥଙ୍କ ପରିବାରବର୍ଗ ଙ୍କୁ ସମବେଦନା ଜଣାଇଥିଲେ । ବରିଷ୍ଠ ସଭ୍ୟ ରାଜେନ୍ଦ୍ର ମିଶ୍ର, ବୈଷ୍ଣବ ସାହୁ, ଗୋପବନ୍ଧୁ ରଥ, ଅନୁ ବେହେରା, ଶରତ ଷାଣ୍ଢ, ଦୁର୍ଗା ସାହୁ, ସୁରେଶ ଅଗ୍ରୱାଲ, ଦ୍ୱିଜରାଜ ମିଶ୍ର, ପିଙ୍କୁ ପଣ୍ଡା, ପବନ ଅଗ୍ରୱାଲ, କାଉନସିଲର ମହେନ୍ଦ୍ର ବାଗ, ଟିଚୁ ମହାରଣା, ଅଶୋକ ଦାସ ତଥା ଗାନ୍ଧି ପାଠାଗାର ଓ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ର ସମସ୍ତ ସଭ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya