Dailyhunt
ବିଶ୍ୱ ପାରା ଆର୍ଚେରୀ ମହିଳା ବର୍ଗରେ ବଲାଙ୍ଗିର ଜିଲ୍ଲାର ପାୟଲ ନାଗ ବିଶ୍ୱ ଚାମ୍ପିଅନ ଙ୍କୁ ହରାଇ ଜିତିଛନ୍ତି ସ୍ବର୍ଣ୍ଣ ପଦକ ।

ବିଶ୍ୱ ପାରା ଆର୍ଚେରୀ ମହିଳା ବର୍ଗରେ ବଲାଙ୍ଗିର ଜିଲ୍ଲାର ପାୟଲ ନାଗ ବିଶ୍ୱ ଚାମ୍ପିଅନ ଙ୍କୁ ହରାଇ ଜିତିଛନ୍ତି ସ୍ବର୍ଣ୍ଣ ପଦକ ।

ବଲାଙ୍ଗିର, 04 ଏପ୍ରିଲ୍ (ହି.ସ.)

ବିଶ୍ୱ ପାରା ଆର୍ଚେରୀ ମହିଳା ବର୍ଗରେ ବଲାଙ୍ଗିର ଜିଲ୍ଲାର ପାୟଲ ନାଗ

ବିଶ୍ୱ ଚାମ୍ପିଅନ ଙ୍କୁ ହରାଇ ଜିତିଛନ୍ତି ସ୍ବର୍ଣ୍ଣ ପଦକ ।

ବଲାଙ୍ଗିର ଜିଲ୍ଲାର ପାୟଲ ନାଗ । ଦିନେ ବିପର୍ଯ୍ୟୟର କୁଠାର ଘାତରେ ପୀଡ଼ିତ ଥିଲେ । ହେଲେ ଏବେ ସେ ପାଲଟିଛନ୍ତି ବିଶ୍ୱ ବିଜୟୀନୀ । ପୁଣି ବିଶ୍ୱ ପାରା ଆର୍ଚେରୀ ମହିଳା ବର୍ଗରେ ସେ ବିଶ୍ୱ ଚାମ୍ପିଅନ ଙ୍କୁ ହରାଇ ଜିତିଛନ୍ତି ସ୍ବର୍ଣ୍ଣ ପଦକ।

ବଲାଙ୍ଗିରର ପାରା ଏଥଲେଟ୍ ପାୟଲ ନାଗ । ପୁଣି ଭାରତ ଓ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ଏଥର ସେ ଦୁଇଟି ସ୍ବର୍ଣ୍ଣ ପଦକ ଜିତି ଏହି ଗୌରବ ଆଣିଛନ୍ତି । ବ୍ୟାଙ୍କକ ଠାରେ ଆୟୋଜିତ ହେଉଥିବା ବିଶ୍ୱ ପାରା ତୀରନ୍ଦାଜ ପ୍ରତିଯୋଗିତା ରେ ସେ ୪୧ ଜଣ ଭାରତୀୟ ଖେଳାଳି ଦଳରେ ସାମିଲ ହୋଇ ଭାଗ ନେଇଥିଲେ । ଗତକାଲି ସେ ଓ ତାଙ୍କ ସହଯୋଗୀ ଖେଳାଳି ଶୀତଳ ଦେବୀ ମିଳିତ ଭାବେ କାଜାକିସ୍ତାନ ପ୍ରତିଯୋଗି ଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତି ଥିଲେ । ହେଲେ ଆଜି ବ୍ୟକ୍ତିଗତ ଇଭେଣ୍ଟରେ ସେ ପୁଣି ନିଜ ଜଲୱା ଦେଖାଇଛନ୍ତି । ଯେଉଁଥିରେ ସେ ପୂର୍ବ ବିଶ୍ୱ ଚାମ୍ପିଅନ୍ ଶୀତଳ ଦେବୀଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମୋଟ୍ ପାଞ୍ଚଟି ରାଉଣ୍ଡରେ ଶୀତଳ ଦେବୀ ୧୩୬ ସ୍କୋର କରିଥିବା ବେଳେ ପାୟଲ ନାଗ ୧୩୯ ପଏଣ୍ଟ ସ୍କୋର କରି ବିଶ୍ୱ ବିଜୟୀ ହୋଇଛନ୍ତି । ସେପଟେ ତାଙ୍କର ଏହି ଉପଲବ୍ଧି ପାଇଁ ସବୁଠୁ ପାୟଲ ଙ୍କୁ ପ୍ରଶଂସାର ସୂଅ ଛୁଟିଛି । ସେପଟେ ରାଜ୍ୟ ସରକାର ଓ ଖେଳ ମନ୍ତ୍ରଣାଳୟ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya