Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଶ୍ଵ ବାଣିଜ୍ୟ ଦିବସ ଅବସରରେ କୃତି ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ବିଶ୍ଵ ବାଣିଜ୍ୟ ଦିବସ ଅବସରରେ କୃତି ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି, ୩ ଅଗଷ୍ଟ (ହି.ସ.)- ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ବିଶ୍ୱ ବାଣିଜ୍ୟ ଦିବସ ବହୁ ଆଡମ୍ବର ସହକାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପରେ ସୁରେଶ ସୋମାନି, ମାଲକାନଗିରି ଜିଲ୍ଲା ବଣିକ ସଂଘର ସଭାପତି ଯୋଗଦାନ କରି ବାଣିଜ୍ୟ ବିନା ବଞ୍ଚିବା ଅସମ୍ଭବ ବୋଲି ମତ ପ୍ରକାଶ କରିଥିଲେ l ମୁଖ୍ୟବକ୍ତା ରୂପରେ ବିନୋଦ କୁମାର ବିଶୋଇ, ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳକ ଯୋଗଦାନ କରି ବ୍ୟାଙ୍କ ଏବଂ ବାଣିଜ୍ୟର ସମ୍ପର୍କ ଅତି ନିବିଡ଼ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଦେବେନ୍ଦ୍ରନାଥ ଦାସ, ଅର୍ଥ ଅଧିକାରୀ, ସମଗ୍ର ଶିକ୍ଷା ଅଭିଯାନ ମାଲକାନଗିରି ଯୋଗଦାନ କରି ବାଣିଜ୍ୟ ବିଭାଗର ପୁରାତନ ଛାତ୍ର ଭାବରେ ବିଭାଗର ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ l ଅଗଷ୍ଟ ମାସର ପ୍ରଥମ ସୋମବାରକୁ ଆନ୍ତର୍ଜାତିକ ବାଣିଜ୍ୟ ଦିବସ ରୂପେ ପାଳନ କରିବାର ଉଦ୍ଦେଶ୍ୟ, ବାଣିଜ୍ୟ ବିଭାଗରେ କାମ କରୁଥିବା ଅଧିକାରୀ ଏବଂ କର୍ମଜୀବୀଙ୍କୁ ସମ୍ମାନୀତ କରିବା, ଭାରତର ଅର୍ଥନୀତିକୁ ଦୃଢ଼ୀଭୂତ କରିବା ଏବଂ ବାଣିଜ୍ୟର ପ୍ରଚାର ପ୍ରସାର କରିବା ନିମନ୍ତେ ଆଜିର ଦିବସର ମୂଳ ଲକ୍ଷ୍ୟ l ବିଭାଗୀୟ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ସେ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ l ଇପ୍ସିତା ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଦୀପ୍ତିରେଖା ମିଶ୍ର , ମାନସ କୁମାର ପାଢ଼ୀ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ୱ ବାଣିଜ୍ୟ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

କାର୍ଯ୍ୟକ୍ରମ ଆରମ୍ଭରେ ଚିନ୍ମୟୀ ଭୂମିଆ ସ୍ବାଗତ ସଙ୍ଗୀତ ଗାନ କରିଥିଲେ l ମହାଲକ୍ଷ୍ମୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା l ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଖାଦ୍ୟ ଉତ୍ସବର ଆୟୋଜନ କରାଯାଇଥିଲା l କାର୍ଯ୍ୟକ୍ରମ ଉପଲକ୍ଷେ ମେଧାବୀ ଛାତ୍ରୀ ଜି ୟସ୍ମିତା, +୨ ଏବଂ ସୁପ୍ରିୟା ପାଣିଗ୍ରାହୀ, +୩ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ଅତିଥିଙ୍କ ଦ୍ୱାରା ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା l ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଅନ୍ୟାନ୍ୟ ବିଭାଗର ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ସଭାଶେଷରେ ଅଧ୍ୟାପକ ବି. ଗୁପ୍ତେଶ୍ୱର ରାଓ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya