Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ପୁରୀ, ୩୧ ମଇ (ହି.ସ.)- ପୁରୀ ଜିଲ୍ଲା ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡଃ. ରବୀନ୍ଦ୍ର ନାଥ ପାଢ଼ୀ ତମାଖୁ ଓ ଯୁବ ପୀଢ଼ି ଉପରେ ଏହାର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ଦେବାସହ ଆଜିର ଦିନରେ ତମାଖୁ କିପରି ଫୁସଫୁସ୍ କର୍କଟ ପାଇଁ ମୁଖ୍ୟ କାରଣ ସାଜିଛି ଆଲୋକପାତ କରିଥିଲେ।

ପରେ ପରେ କ୍ୟାଡେଟ୍ ଙ୍କ ମଧ୍ୟରେ ରାଲୀ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ୩୫ ରୁ ଉର୍ଦ୍ଧ୍ବ କ୍ୟାଡେଟ୍ ଭାଗ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya