Wednesday, 27 Jan, 7.14 pm Hindusthan Samachar

ମୁଖ୍ୟ ସମ୍ବାଦ
ବ୍ରହ୍ମପୁର ପୋଲିସର କାର୍ଯ୍ୟାନୁଷ୍ଠାନ : ୧ ଲକ୍ଷ ୧୫ ହଜାର ଟଙ୍କା ଚାଲାଣ କଟାଗଲା : ୨୬ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ : ୩୪ ଲିଟର ମଦ ଜବତ : ଦୁଇ ଗିରଫ

ଗଞ୍ଜାମ, ୨୭ ଜାନୁଆରୀ (ହି.ସ.)- ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ୨୬ ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀ, ବେପରୁଆ ଗାଡି ଚାଳକ ଓ ମଦ ବେପାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ୨୩୦ ଜଣ ଗାଡି ଚାଳକଙ୍କ ଚାଲାଣ କଟାଯାଇଥିଲା । ସେମାନଙ୍କୁ ଏଥି ନିମନ୍ତେ ୧ ଲକ୍ଷ ୧୫ ହଜାର ଟଙ୍କା ଜୋରିମାନା କରାଯାଇଥିଲା । ଅନୁରୂପ ଭାବେ ଭେଇକିଲ୍ ଆକ୍ଟ ଉଲ୍ଲଙ୍ଘନ କରିଥିବା ୨୬ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି ।

ସେହିପରି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୩୪ ଲିଟର ମଦ ଜବତ ହୋଇଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏ ସଂକ୍ରାନ୍ତରେ ଥାନାରେ ପୃଥକ୍ ପୃଥକ୍ ଦୁଇଟି ଅବକାରୀ ମାମଲା ରୁଜ୍ଜୁ ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ପ୍ରଦୀପ୍ତ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top