Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବୁଣାକାରଙ୍କୁ ପକ୍କା ଗୃହ ଯୋଗାଣରେ ଦୁର୍ନୀତି ଅଭିଯୋଗ

ଞ୍ଜାମ, ୨ ଅଗଷ୍ଟ (ହି.ସ.)- ବୁଣାକାରଙ୍କୁ ଅଗ୍ନି ନିରୋଧକ ପକ୍କା ଗୃହ ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପ୍ରକୃତ ଗୃହ ହୀନ ଓ ବାସଗୃହ ଜରାଜିର୍ଣ୍ଣ ଅବସ୍ଥାରେ ଥିବା ବୁଣାକାର ମାନେ ସରକାରଙ୍କ ଏହି ସୁବିଧା ପାଉନାହାନ୍ତି। କେତେକ ସ୍ବଛଳ ବର୍ଗର ବୁଣାକାର ଓ କୋଠାଘର ଥିଵା ଵୁଣାକାର ସରକାରଙ୍କ ଏହି ସୁବିଧା ପାଇ ଘର ଉପରେ ଘର ଦୋମହଲା କୋଠା କରିଚାଲିଛନ୍ତି।

ଏଥିପାଇଁ ଶେରଗଡ ବ୍ଲକ ପିତଳ ବୁଣାକାର ସହଯୋଗ ସମିତି ସମ୍ପାଦକ ଓ ଆର୍ଥିକ ସ୍ବଛଳ ଥିଵା ବୁଣାକାରଙ୍କ ମଧ୍ୟରେ ସଲାସୁତୁରା ହୋଇ ବୁଝାମଣା ମାଧ୍ୟମରେ ଗୃହ ନିର୍ମାଣ ନିମନ୍ତେ ଆସୁଥିବା ଅର୍ଥ ହରିଲୁଟ୍ କରୁଥିବା ଅଭିଯୋଗ ହେଉଛି। ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଓ ରାଜ୍ଯ ଵୟନଶିଳ୍ପ ଵିଭାଗ ଘଟଣାର ତଦନ୍ତ କଲେ ବହୁ ଗୁମର କଥା ଲୋକଲୋଚନକୁ ଆସିବ ବୋଲି ଜନମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya