Dailyhunt
ଚୈତ୍ର ପୂର୍ଣିମାରେ ରଣେଶ୍ଵର ରାମଚଣ୍ଡୀ ମନ୍ଦିରରେ କୁଲତା ଦିବସ ଏବଂ ନୂତନ ଧ୍ବଜା ରୋହଣ

ଚୈତ୍ର ପୂର୍ଣିମାରେ ରଣେଶ୍ଵର ରାମଚଣ୍ଡୀ ମନ୍ଦିରରେ କୁଲତା ଦିବସ ଏବଂ ନୂତନ ଧ୍ବଜା ରୋହଣ

ସମ୍ବଲପୁର, ୩ ଅପ୍ରେଲ (ହି.ସ.)- ସମ୍ବଲପୁର ସଦର ଦାନୀପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଚୈତ୍ର ପୂର୍ଣିମା ଅବସରେ କୁଲତା ଦିବସ ପାଳନ ଏବଂ ଆନୁଷ୍ଠାନିକ ଭାବେ ଧ୍ବଜା ରୋହଣ କରାଯାଇଛି । ପୂଜକ ମାନଙ୍କ ଦ୍ୱାରା ରଣେଶ୍ୱର ରାମଚଣ୍ଡୀ ଏବଂ ପାର୍ଶ୍ୱ ଦେବ ଦେବୀଙ୍କୁ ନୂତନ ବସ୍ତ୍ର ପରିଧାନ ପୂର୍ବକ ଶୃଙ୍ଗାର ବେଶରେ ସଜ୍ଜିତ କରାଯାଇଥିଲା ।

ପୂର୍ଣିମା ଦିନ ସକାଳେ ପୂଜକ ଦେବୀପ୍ରସାଦ ଭୋଇ, ବାସୁଦେବ ଭୋଇ,ସୁଦାମ ପ୍ରଧାନ ରଣେଶ୍ୱର ରାମଚଣ୍ଡୀ ଏବଂ ସମସ୍ତ ଦେବ ଦେବୀଙ୍କ ସ୍ନାନ କରାଯାଇ ପୂଜା କାର୍ଯ୍ୟ ହୋଇଥିଲା । ପରେ ଯଜ୍ଞ ମଣ୍ଡପରେ ହୋମଯଜ୍ଞ କରାଯାଇଥିଲା। ଏହି ହୋମ ଯଜ୍ଞରେ କର୍ତ୍ତା ଉପସଭାପତି ଦେବୋତ୍ତମ ପ୍ରଧାନ, ବରିଷ୍ଠ ସଦସ୍ୟ ଦେବଦତ୍ତ ସାହୁ, ବରିଷ୍ଠ ସଦସ୍ୟ ଆନନ୍ଦ ପ୍ରଧାନ ପ୍ରମୁଖ କର୍ତ୍ତା ହୋଇଥିଲେ। ଯଜ୍ଞ ସମାପନ ପରେ ନୂତନ ଝଣ୍ଡା ପୂଜା କରାଯାଇଥିଲା । ଶଙ୍ଖ ଘଣ୍ଟ ହୁଳହୁଳି ସହ ଯୁବ ସଦସ୍ୟ ଦେବବ୍ରତ ବାରିକଙ୍କୁ ମନ୍ଦିର ଶିଖରରେ ଧଣ୍ଡା ଲଗାଇବା ପାଇଁ ଅର୍ପଣ କରାଯାଇଥିଲା । କୁଲତା ସମାଜ କର୍ମକର୍ତ୍ତା ତଥା କୁଲତା ପରିବାର ସଦସ୍ୟଙ୍କର ଉପସ୍ଥିତିରେ ମୁଖ୍ୟ ମନ୍ଦିର ଏବଂ ପାର୍ଶ୍ୱ ମନ୍ଦିର ନୂତନ ଧ୍ବଜା ଲଗାଯାଇଥିଲା ।

ଏହି ଅବସରେ କୁଲତା ସମାଜର ସଭାପତି କୃପାସିନ୍ଧୁ ଖମାରୀ କୁଲତା ଦିବସ ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ରଞ୍ଜନ ପାତ୍ର କୁଲତା ମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। ଉପସଭାପତି ଦେବୋତ୍ତମ ପ୍ରଧାନ,ସହ ସମ୍ପାଦକ ଚିନ୍ମୟ ଭୋଇ, କୋଷାଧ୍ୟକ୍ଷ ଦେବଦତ୍ତ ସାହୁ, ବରିଷ୍ଠ ସଦସ୍ୟ ହାରାଧନ ପ୍ରଧାନ ପ୍ରମୁଖ କୁଲତା ଦିନ ଆୟୋଜନ ସମାଜକୁ ଏକଜୁଟ କରୁଥିବା କହିଥିଲେ। ଏହି ଅବସରରେ ଟଙ୍କଧର ବାରିକ, ଅଭିରାମ ଖମାରୀ, ଦେବାର୍ଚନ ଭୋଇ, ନିର୍ମଳ ପ୍ରଧାନ, ଜଟାଭୂଷଣ ସାହୁ, ପ୍ରଦୀପ ସାହୁ, ଅକ୍ଷୟ ପ୍ରଧାନ, ସୁଦାମ ଭୋଇ, ଦୁର୍ଯ୍ୟୋଧନ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ଲକ୍ଷ୍ମଣ ପ୍ରାଧନ ସମାରୁ ବାରିକ, ସରୋଜ ପ୍ରଧାନ, ଭବାନୀ ଶଙ୍କର ପ୍ରଧାନ, ମୋତିଲାଲ ପାତ୍ର, ଆନନ୍ଦ ପ୍ରଧାନ, ଦେବଦତ୍ତ ସାହୁ, କ୍ଷୀରୋଦ ପ୍ରଧାନ, ଭବାନୀଶ ଭୋଇ, ଯଶୋବନ୍ତୀ ନାଏକ, ଷଷ୍ଠି ବାରିକ, ସ୍ବର୍ଣ୍ଣକାନ୍ତି ପ୍ରଧାନ, ଅଲିଶା ନାଏକ ତଥା ମହିଳା କମିଟିର ସଦସ୍ୟା ମାନେ ଉପସ୍ଥିତ ଥିଲେ। ପ୍ରସାଦ ସେବନ କରାଯାଇଥିଲା। ଛାତ୍ରାବାସର ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya