Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଚଳିତ ବର୍ଷ ସାରର ଅଭାବ ରହିବ ନାହିଁ- ସମବାୟ ମନ୍ତ୍ରୀ

ଭୁବନେଶ୍ୱର, 04 ଜୁଲାଇ (ହି.ସ.)- ଚଳିତ ବର୍ଷ

ସାରର ଅଭାବ ରହିବ ନାହିଁ । ରାଜ୍ୟରେ ସାର ଗଛିତ ଅଛି । ଅଭାବ ହେବନି କାରଣ ପୂର୍ବରୁ ୟୁରିଆ ସାର

ସବୁ ପ୍ୟାକ୍ସରେ ମହାଜୁଦ ରଖାଯାଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ।

ସେ କହିଛନ୍ତି ଯେ, ଆଜି 81 ହାଜର ଟନ ଷ୍ଟକ ଅଛି । ଆହୁରି ସାର ଆସୁଛି ।

ଗତ

ବର୍ଷ ବି ସାରର ଅଭାବ ନଥିଲା । ଗତ ସରକାର 100 ଟଙ୍କା ବୋନସ ଦେଇ

ନଥିଲେ । ଯେଉଁଥିପାଇଁ ଲୋକ ଭୟ କଲେ କି କାଳେ ବିଜେପି ସରକାର 800

ଟଙ୍କା ଦେବନି । ହେଲେ ବିଜେପି ସରକାର 800 ଟଙ୍କା ଇନପୁଟ ସବସିଡି

ଦେବା ପରେ ଧାନ ଚାଷ କଲେ ଚାଷୀ । ଗତ ବର୍ଷ ଚାଷ ଅନୁକୂଳ ପାଗ ହୋଇଥିଲା । 2024 ରେ ଯେତିକି ୟୁରିଆ ଦିଆଯାଇଥିଲା, 2025 ରେ ତା ଠାରୁ 4 ଲକ୍ଷ 13 ହଜାର ଟନ ଅଧିକ ସାର ଦେବା ପରେ ଅଭାବ ରହିଲା ।

ସରକାରଙ୍କ ଭୁଲ ନାହିଁ । ଅଧିକ ଚାଷ ହେଲା । ନିଜ

ଜମି ସମେତ ସରକାରୀ ଜମି ଦଖଲ କରି ବି ଚାଷ ହେଲା । ଚଳିତ ବର୍ଷ ୟୁରିଆ ଅଛି 80 ହଜାର 669 ଟନ, ଏମଓପି ଅଛି 9 ହଜାର ଟନ, ଡିଏପି ଅଛି 17 ହଜାର

ଟନ, ଏନପିକେଏସ ଅଛି 29 ହଜାର ଟନ, ଏସଏସପି 285 ଟନ ଅଛି । ସବୁ ପ୍ରକାର ସାର ଅଛି ବୋଲି

ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya