Dailyhunt
ଚାନ୍ଦବାଲିର ଯୁବ ନେତା ରାଜୀବ ଲୋଚନ ଦାସ ଓ ହରିହର ନାଏକଙ୍କ ବିଜେପିରେ ଯୋଗଦାନ

ଚାନ୍ଦବାଲିର ଯୁବ ନେତା ରାଜୀବ ଲୋଚନ ଦାସ ଓ ହରିହର ନାଏକଙ୍କ ବିଜେପିରେ ଯୋଗଦାନ

ଭୁବନେଶ୍ୱର, ୦୪ ଏପ୍ରିଲ (ହି.ସ.)- ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମରା ଡୋଶିଙ୍ଗା ଅଂଚଳର ଯୁବନେତା ଶ୍ରୀ ରାଜୀବ ଲୋଚନ ଦାସ ଓ କଇଁଥଖୋଲା ପଂଚାୟତର ବିଜେଡି ଯୁବନେତା ଶ୍ରୀ ହରିହର ନାଏକ ଶନିବାର ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନୂତନ ସଦସ୍ୟଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ।

ଏହି ଅବସରରେ ବିଜେପି ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ରାଜ୍ୟ ପ୍ୟାନେଲିଷ୍ଟ ଶ୍ରୀ ବ୍ରଜ କିଶୋର ମିଶ୍ର, ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ଦେବେନ୍ଦ୍ର ନାୟକ, ଭଦ୍ରକ ଜିଲ୍ଲା ସଂପାଦକ ଶ୍ରୀ ପ୍ରିୟରଞ୍ଜନ ଜେନା, ଧାମରାଇ ମଣ୍ଡଳ ସଭାପତି ଶ୍ରୀ ତ୍ରିଦିବେଶ ପ୍ରଧାନ, ଶ୍ରୀ ଅତୁଲ୍ୟ କୁମାର ଜେନା, ଶ୍ରୀ ରୁଦ୍ର ପ୍ରତାପ ମହାନ୍ତି, ଶ୍ରୀ ରମେଶ ଚନ୍ଦ୍ର ବାରିକ ଓ ଅବଦୁଲ୍ଲ ଅହେଦ୍ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

......

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya