Dailyhunt
ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଖୁଂଟରେ ବାନ୍ଧିବା ସହ ମାଡ ମରାଯାଇଥିବା ଭିଡିଓ ଭାଇରାଲ

ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଖୁଂଟରେ ବାନ୍ଧିବା ସହ ମାଡ ମରାଯାଇଥିବା ଭିଡିଓ ଭାଇରାଲ

ମାଲକାନଗିରି , ୩ ଏପ୍ରିଲ୍ (ହି.ସ.) - ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଗାଁ ମଝିରେ ଖୁଂଟରେ ବାନ୍ଧିଲେ ଗ୍ରାମବାସୀ। ଏହାର ଏକ ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଥିବା ବେଳେ ଘଟଣାଟି ମାଲକାନଗିରି ଜିଲ୍ଲାର କୁମ୍ଭିଗୁଡା ଗ୍ରାମର ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଏମଭି ୪୦ ଗ୍ରାମର ଯୁବକ ଅଜିତ ଡାକୁଆ ଓ ତାଙ୍କ ଜଣେ ସହଯୋଗୀ ବଦଲି ପଂଚାୟତ ଅନ୍ତର୍ଗତ କୁମ୍ବିଗୁଡା ଗାଁ କୁ ଯାଇଥିବା ବେଳେ ସେଠାରେ ସେମାନେ କିଛି ସାମଗ୍ରୀ ଚୋରୀ କରୁଥିବା କିଛି ଗ୍ରାମବାସୀ ଅଭିଯୋଗ କରିଥିଲେ।

ଏହାକୁ ନେଇ ସ୍ଥାନୀୟ ଅଂଚଳର ଯୁବକ ମାନେ ରାଗି ଯିବା ସହ ପ୍ରଥମେ ଅଜିତ ଡାକୁଆ ଓ ପରେ ତାଙ୍କ ସହଯୋଗୀଙ୍କୁ ଖୁଂଟରେ ବାନ୍ଧି ରଖିଥିଲେ। ପରେ ଅଜିତ ଓ ତାଙ୍କ ସହଯୋଗୀକୁ ମାଡ଼ ମାରିଥିଲେ। ତେବେ ଯୁବକ ଜଣକ ଚୋରୀ କରିଥିଲେ କି ନାହିଁ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଏ ସମ୍ପର୍କରେ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ ବୋଲି ଜଣା ପଡିଛି। ଏହି ଘଟଣାର ଭିଡିଓ ଟି ବର୍ତମାନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଚର୍ଚା ଜୋର ଧରିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya