Dailyhunt

ଦେବୋତ୍ତର ବିଭାଗର ପରାମର୍ଶଦାତା କମିଟି ଗଠିତ

ୟପୁର, ୫ ମଇ (ହି.ସ.)- ଜୟପୁର ଦେବୋତର ବିଭାଗର ପରାମର୍ଶଦାତା କମିଟି ଗଠିତ ହୋଇଛି । ପ୍ରଶାସନିକ ଅଧିକାରୀ କମିଟିର ସଭ୍ୟ ରହି ଥିବାବେଳେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏଥିରେ ସାମିଲ କରାଯାଇଛି । ପରାମର୍ଶଦାତା କମିଟିରେ ଜୟପୁର ତହସିଲଦାର କାର୍ଯ୍ୟନିର୍ବାହୀ ଅଧିକାର ରହିଛନ୍ତି । ଏଥିସହ ଜୟପୁର ଉପଜିଲାପାଳ, ଜୟପୁର ବିଡ଼ିଓ, ଜୟପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ଟାଉନ ଥାନା ଅଧିକାରୀ ରହିଛନ୍ତି ।

ସେହିପରି ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଦେବେନ୍ଦ୍ର ବାହାନୀପତି, ସନ୍ଦିପ ସାମନ୍ତରାୟ, ପରେଶ ରଥ , ପିଭିଏସ ନାନାଜୀ ଆଚାରୀ, ତ୍ରିନାଥ ସିଂଲାଲ, ପି ରମେଶ ପାତ୍ର ଭବାନୀ ଆଚାର୍ଯ୍ୟ, ନିହାର ବିଶୋୟୀ, ସାଧୁ ଚରଣ ଚୌଧୁରୀ ଲାଲ ମୋହନ ମିଶ୍ର ନଟେନ୍ଦ୍ରନାଥ ନାୟକ ଧୀରେନ୍ଦ୍ର ରଥ ଏବଂ ଲିଙ୍ଗରାଜ ନିଶଙ୍କୁ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି । ପୁର୍ଣାଙ୍ଗ କମିଟି ଗଠନ କରିବା ପରେ ଏଥିରେ ଦେବୋତର ବିଭାଗ କମିଶନର ମୋହର ମାରିଥିବା ଜଣାଯାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya